fbpx

ନିଶଙ୍କାଙ୍କ ଅର୍ଦ୍ଧଶତକ ଓ ଶନକାଙ୍କ ଧୂଆଁଧାର ଇନିଂସ: ଭାରତ ଆଗରେ ୧୮୪ରନର ଟାର୍ଗେଟ୍

ନୂଆଦିଲ୍ଲୀ: ଧର୍ମଶାଳାରେ ଖେଳା ଯାଉଥିବା ଦ୍ୱିତୀୟ ଟି-୨୦ରେ ଭାରତ ସମ୍ମୁଖରେ ରନର ଟାର୍ଗେଟ ରଖିଛି ଶ୍ରୀଲଙ୍କା । ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୧୮୩ ରନ ସଂଗ୍ରହ କରିଥିଲା । ଓପ୍ନର ପାଥୁମ୍ ନିଶଙ୍କା ସର୍ବାଧିକ ୭୫ ରନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଧନୁଷ୍କା ଗୁଣତିଳକା ୩୮ ରନ କରିଥିଲେ । ଶେଷ ଆଡକୁ ଦଶୁନ ଶଣକାଙ୍କ ଦ୍ରୁତ ଇନିଂସ ବଳରେ ଦଳ ୧୮୦ ରନ ପାର କରିଥିଲା ।

ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ପକ୍ଷରୁ ଦୁଇ ଓପନର ଏକ ଦୃଢ ଆରମ୍ଭ କରିଥିଲେ । ୮.୪ ଓଭରରେ ଉଭୟ ୬୭ ରନ କରିଥିଲେ । ଗୁଣଥିଲକା ୩୮ ରନ କରି ପ୍ୟାଭିଲିୟନ ଫେରିବା ପରେ ମାତ୍ର ୧୦ ରନ ମଧ୍ୟରେ ଶ୍ରୀଲଙ୍କା ୩ ୱିକେଟ ହରାଇଥିଲା । ଗୁଣତିଲକା ୨୯ ବଲ ଖେଳି ୪ ଚୌକା ଓ ୨ ଛକା ସହିତ ୩୮ ରନ କରିଥିଲେ । ଅସଲଙ୍କା(୨), ମିଶାରା(୧) ଓ ଚାନ୍ଦିମାଲ(୯) ଆଉଟ ହେବା ପରେ ନିଶଙ୍କା ମଙ୍ଗ ସମ୍ଭାଳିଥିଲେ । ନିଶଙ୍କା ୫୩ଟି ବଲ୍ ଖେଳି ୧ ଚୌକା ସହିତ ୭୫ ରନ କରିଥିଲେ । ଶେଷ ଆଡକୁ ଅଧିନାୟକ ଦାସୁନ ଶନକା ୧୯ଟି ବଲରୁ ଦ୍ରୁତ ୪୭ ରନ କରି ଦଳକୁ ୧୮୩ ରନରେ ପହଞ୍ଚାଇଥିଲେ । ଏହି ଇନିଂସରେ ୨ ଚୌକା ଓ ୫ ଛକା ସାମିଲ ଥିଲା । ଭାରତ ପକ୍ଷରୁ ହର୍ଷଲ ପଟେଲ ୨ଟି ୱିକେଟ ନେଇଥିବା ବେଳେ ଅନ୍ୟ ସମସ୍ତ ବୋଲର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.