ନୂଆଦିଲ୍ଲୀ, ୨୬ା୨ : ଆଉ ମାତ୍ର ଦିନ ପରେ ଆରମ୍ଭ ହେବାକୁ ଯାଉଛି ମାର୍ଚ୍ଚ ମାସ । ଏହି ମାସରେ ବ୍ୟାଙ୍କ ଗୁଡିକ ୧୩ଦିନ ପାଇଁ ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୱେବସାଇଡରେ ଏହି ବ୍ୟାଙ୍କ ଛୁଟିର ସୂଚନା ଦିଆଯାଇଛି । ପର୍ବ ପର୍ବାଣି ଅନୁଯାୟୀ ସବୁ ରାଜ୍ୟରେ ବ୍ୟାଙ୍କଛୁଟି ଭିନ୍ନ ଭିନ୍ନ ତାରିଖରେ ପଡିଥାଏ । ଅନେକ ରାଜ୍ୟ ଓ ସହରରେ ମଧ୍ୟ ବ୍ୟାଙ୍କଛୁଟି ସ୍ଥାନୀୟ ପର୍ବ ଉପରେ ନିଭ ୭ର କରିଥାଏ । ମାର୍ଚ୍ଚ ୧ ତାରିଖରେ ମହାଶିବ ରାତ୍ରୀ ପଡୁଥିବାରୁ ସେହିଦିନ ଅଗରତାଲା, ଆଇଜଲ୍, ଚେନ୍ନଇ, ଗ୍ୟାଙ୍ଗଟକ୍, ଗୌହାଟୀ, ଇମ୍ଫାଲ, କୋଲକାତା, ନୂଆଦିଲ୍ଲୀ, ପାନାଜୀ, ପାଟନା ଭଳି ଅନେକ ସ୍ଥାନରେ ବ୍ୟାଙ୍କଛୁଟି ରହିବ । ମାର୍ଚ୍ଚ ୩ରେ ଲୋସାର ପାଇଁ ଗ୍ୟାଙ୍ଗଟକରେ ବ୍ୟାଙ୍କ ବନ୍ଦ ରହିବାକୁ ଥିବା ବେଳେ ଚପଚାର ଫୁଟ ପାଇଁ ଆଇଜଲରେ ବୟାଙ୍କ ବନ୍ଦ ରହିବ ।
ସେହିପରି ମାର୍ଚ୍ଚ ୬ ରବିବାର ପଡୁଥିବା ବେଳେ ମାର୍ଚ୍ଚ ୧୨ ଦ୍ୱିତୀୟ ଶନିବାର ଯୋଗୁଁ ସବୁ ସ୍ଥାନରେ ବ୍ୟାଙ୍କ ସେବା ବନ୍ଦ ରହିବ । ତହିଁପରଦିନ ୧୩ତାରିଖ ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ । ମାର୍ଚ୍ଚ ୧୭ରେ ହୋଲିକା ଦହନ, ୧୮ ଓ ୧୯ରେ ହୋଲି ଓ ଦୋଳଯାତ୍ରା, ୨୦ରେ ରବିବାର, ମାର୍ଚ୍ଚ ୨୬ ୪ର୍ଥ ଶନିବାର ଓ ୨୭ ରବିବାର ପଡୁଥିବାରୁ ବ୍ୟାଙ୍କସେବା ସଂପୂର୍ଣ୍ଣ ବନ୍ଦ ରହିବ । ତେଣୁ ଯେଉଁମାନଙ୍କର ବ୍ୟାଙ୍କରେ କାମ ରହିଛି, ସେମାନେ କାର୍ଯ୍ୟଦିବସରେ ସେମାନଙ୍କ କାମ କରିନେବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ଦୀର୍ଘ ୧୩ ଦିନ ଧରି ବ୍ୟାଙ୍କ ସେବା ବନ୍ଦ ରହୁଥିବାରୁ ଜନସାଧାରଣଙ୍କ ସମେତ ବ୍ୟବସାୟୀ, ଶିଳ୍ପ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଅସୁବିଧାର ସମ୍ମୁଖୀନ ହେବା ଆଶା କରାଯାଉଛି ।