ବିଶ୍ୱରେ ପୁଟିନ କରିବେ ରାଜ୍! ରୁଷକୁ ନେଇ ବାବା ଭେଙ୍ଗା କରିଥିଲେ ଏମିତି ଭବିଷ୍ୟବାଣୀ

ୟୁକ୍ରେନ ଉପରେ ରୁଷ ଲଗାତାର ଆକ୍ରମଣ ଜାରି ରଖିଛି । ଆମେରିକା ଏବଂ ନାଟୋ ଦେଶଙ୍କ ଚେତାବନୀକୁ ଖାତିର ନକରି ରୁଷ ସେନା ୟୁକ୍ରେନର ଅନେକ ଅଂଶରେ ଆକ୍ରମଣ ଜାରି ରଖିଛି । ଆଉ ଏହି ଆକ୍ରମଣରେ ଭ୍ଲାଦିମିର ପୁଟିନଙ୍କ ଦବଙ୍ଗଗିରି ସମଗ୍ର ଦୁନିଆ ଦେଖୁଛି ।

ତେବେ ୨୦୨୨ ରେ ବଦଳୁଥିବା ସ୍ଥିତି ମଧ୍ୟରେ ଏବେ ପୁଣି ଥରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାକୁ ଆସିଛି । ବାବା ଭେଙ୍ଗା କହିଥିଲେ ଭବିଷ୍ୟତରେ ରୁଷ ବିଶ୍ୱର ବାଦଶାହ ହେବ ଏବଂ ୟୁରୋପ ମରୁଭୂମି ପାଲଟିଯିବ । ସେ କହିଥିଲେ ସବୁ କିଛି ତରଳି ଯିବ କେବଳ ଗୋଟିଏ ଜିନିଷ ବଦଳିବନି ତାହା ହେଉଛି ରୁଷର ମର୍ଯ୍ୟାଦା । କେହି ରୁଷର କିଛି ବି କରିପାରିବେ ନାହିଁ । ବାବା ଭେଙ୍ଗା କହିଥିଲେ ଯେ ରୁଷ ସମସ୍ତଙ୍କୁ ନିଜ ରାସ୍ତାରୁ ହଟାଇବ ଏବଂ ଦୁନିଆ ଉପରେ କବ୍ଚା କରିବ ।

ବାବା ଭେଙ୍ଗାଙ୍କ ଅସଲି ନାମ ଭେଙ୍ଗେଲିଆ ପାଣ୍ଡେଭା ଗୁରତେରୋଭା ଥିଲା । ସେ ୧୯୧୧ ରେ ବୁଲଗେରିଆରେ ଜନ୍ମଗ୍ରହଣ କରିଥିଲେ । ଯେତେବେଳେ ସେ ୧୨ ବର୍ଷର ହୋଇଥିଲେ ସେତେବେଳେ ତାଙ୍କର ଦୁଇ ଆଖି ନଷ୍ଟ ହୋଇଯାଇଥିଲେ । ଯାହାପରେ ତାଙ୍କୁ ଭବିଷ୍ୟତ ଦେଖିବାର କ୍ଷମତା ମିଳିଥିବା ନେଇ କୁହାଯାଏ । ୮୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା ।

ବାବା ଭେଙ୍ଗା ନିଜ ଜୀବନ ମଧ୍ୟରେ ୫୦୭୯ ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଥିଲେ, ଯେଉଁଥିରୁ ଅନେକ ଭବିଷ୍ୟବାଣୀ ସତ ମଧ୍ୟ ହୋଇଛି । ଯେଉଁଥିରେ ରହିଥିଲା ଯେ ବିଭିନ୍ନ ଦେଶ ଉପରେ ଆକ୍ରମଣ, ପିଇବା ପାଣି ପାଇଁ ଅସୁବିଧା, ଭୂମିକମ୍ପ ସୁନାମୀ ଭଳି ଘଟଣାର ପୂର୍ବାନୁମାନ ସତ ହୋଇଥିଲା ।

ଆଉ ବଦଳୁଥିବା ସ୍ଥିତିରେ ଏହି ଭବିଷ୍ୟବାଣୀ ଅନୁଯାୟୀ ପୁଟିନ ଏବେ ୟୁକ୍ରେନ ଯୁଦ୍ଧ ପରେ ଦୁନିଆର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ହେବାକୁ ଯାଉଛନ୍ତି ଏବଂ ରୁଷ ବିଶ୍ୱରେ ରାଜ କରିବ କି? ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।