fbpx

ଭାରତରେ ପାଶ୍ ଲଞ୍ଚ କଲା Google play: ଜାଣନ୍ତୁ କେତେ ଟଙ୍କାରେ ମିଳିବ ମାସିକ ସବସ୍କ୍ରିପସନ୍

ନୂଆଦିଲ୍ଲୀ: ଦୁଇ ବର୍ଷ ତଳୁ ଲଞ୍ଚ ହୋଇଥିବା ଗୁଗୁଲ ପ୍ଲେ ପାଶ୍ ସେବା ଶେଷରେ ଭାରତୀୟ ବଜାରରେ ଲଞ୍ଚ ହୋଇଛି । ୨୦୧୯ରୁ ଲଞ୍ଚ ହୋଇଥିବା ସେବା ୯୦ଟି ଦେଶରେ କାର୍ଯ୍ୟକ୍ଷମ ହୋଇ ସାରିବା ପରେ ଶେଷରେ ଭାରତୀୟ ବଜାରରେ ପ୍ରବେଶ କରିଛି । ଏହି ପାଶ୍ ସବସ୍କ୍ରିପସନ୍ ଆକ୍ଟିଭ କରିବା ଦ୍ୱାରା ବିଭିନ୍ନ ଗେମ୍ ଓ ଆପର ସହଜ ଆକ୍ସେସ୍ ମିଳି ପାରିଥାଏ । ଏହି ସବସ୍କ୍ରିପସନ ଦୁଇ ପ୍ରକାରର ରହିଛି । ପ୍ରଥମତଃ ଜଣେ ଗ୍ରାହକ ଚାହିଁଲେ ମାସିକ ସବସ୍କ୍ରିପସନ୍ ନେଇ ପାରିବେ କିମ୍ବା ଏହାକୁ ବାର୍ଷିକ ମଧ୍ୟ କରିହେବ । ଏହି ସପ୍ତାହ ଠାରୁ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏହି ସେବା ଆରମ୍ଭ ହେବ ।

ଏହି ସବସ୍କ୍ରିପସନ୍ ଦ୍ୱାରା ଗେମ୍ ଖେଳିବା ଅଥବା କୌଣସି ଆପ୍ ଚଲାଇବା ସମୟରେ ଆଡ ଦେଖିବାକୁ ମିଳିନଥାଏ । ଏହା ସହିତ ସିଙ୍ଗିଲ ପାଶ ଦ୍ୱାରା ଅନ୍ୟ ଗେମ ପାଇଁ ଇନ୍ ଆପ ପରଚେଜ ବ୍ୟବସ୍ଥା ମଧ୍ୟ ଆବଶ୍ୟକ ପଡିନଥାଏ । ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ୧୦୦୦ରୁ ଅଧିକ ଉତ୍ପାଦ ପାଇଁ ଏହି ପାଶ ଲାଭଦାୟକ ହୋଇଥାଏ । ଏହି ପାଶ ଲଞ୍ଚ ହେବା ଦ୍ୱାରା ଭାରତର ଯୁବପିଢି ଟେକି ମାନଙ୍କ ପାଇଁ ବେଶ ଲାଭଦାୟକ ସାବ୍ୟସ୍ତ ହେବ । ଏହି ସବସ୍କ୍ରିପସନ ପାଇଁ ମାସକୁ ୯୯ ଟଙ୍କା ପ୍ରଦାନ କରିବାକୁ ପଡୁଥିବା ବେଳେ ୮୮୯ ଟଙ୍କାର ବାର୍ଷିକ ଦେୟ ପ୍ରଦାନ କରିବାକୁ ପଡିଥାଏ । ଗୋଟିଏ ସବସ୍କ୍ରିପସନ୍ ଆପଣ ପରିବାରର ୫ ଜଣଙ୍କ ସହିତ ଶେୟାର କରିପାରିବେ । ଏହା ସହିତ ୧୦୯ ଟଙ୍କା ବ୍ୟୟରେ ଏହାର ପ୍ରିପେଡ ପାଶ ମଧ୍ୟ ଉପଲବ୍ଧ ହେବ ।

Get real time updates directly on you device, subscribe now.