fbpx

‘କଚ୍ଚା ବାଦାମ’ ଗାୟକ ଭୁବନଙ୍କର ହେଲା ଦୁର୍ଘଟଣା, ଜାଣନ୍ତୁ କିପରି ରହିଛି ଅବସ୍ଥା

ବିରଭୂମ: କଚ୍ଚା ବାଦାମ ଫେମ୍ ସିଙ୍ଗର୍ ଭୁବନ ବାଡ୍ୟାକର ପଶ୍ଚିମବଙ୍ଗର ବୀରଭୂମରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଦୁର୍ଘଟଣାରେ ଭୁବନ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ତାଙ୍କୁ ଆନନ-କାନନରେ ଥିବା ମେଡିକାଲରେ ଭର୍ତ୍ତି କରାଯାଇଛି । ଭୁବନଙ୍କ ଛାତିରେ ଆଘାତ ଲାଗିଥିବା କୁହାଯାଉଛି ।

ତେବେ ସୋମବାର ଦିନ ଭୁବନଙ୍କ ଦୁର୍ଘଟଣା ହୋଇଛି । ସୂଚନା ଅନୁସାରେ, ନିଗଟରେ ଭୁବନ ଏକ କାର କିଣିଛନ୍ତି । ଭୁବନ କାର ଚଳାଇବା ଶିଖୁଥିବା ବେଳେ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ପରେ କଚ୍ଚା ବାଦାମ ଫେମ ଗାୟକଙ୍କୁ ସୁପର ସ୍ପେସିଆଲିଟିରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଭୁବନ ବାଡ୍ୟାକର ପଶ୍ଚିମବଙ୍ଗରେ ବାଦାମ ବିକ୍ରି କରିବାର କାମ କରୁଥିଲେ । ସେ ବାଦାମ ବିକ୍ରି କରୁଥିବା ବେଳେ ‘କଚ୍ଚା ବାଦାମ’ ଗୀତ ଗାଉଥିଲେ । ଏହି ଗୀତ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଗଲା, ଯାହା ପରେ ଭୁବନ ଚର୍ଚ୍ଚାକୁ ଆସିଥିଲେ । ନିକଟରେ ଏକ ମ୍ୟୁଜିକ୍ କମ୍ପାନୀ ପାଇଁ କଚ୍ଚା ବାଦାମ ଗୀତର ଭିଡିଓ ସୁଟିଂରେ କାମ କରିଥିଲେ ଭୁବନ । ତାଙ୍କୁ ଅନେକ କମ୍ପାନୀ ଓ ଟିଭି ଶୋ’ରୁ ବି ଅଫର ମିଳୁଛି । ତାଙ୍କ ଜୀବନ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି ।

Get real time updates directly on you device, subscribe now.