fbpx

ଆପଣଙ୍କ ନାମରେ ଥାନାରେ ମାମଲା ଥିଲେ ବି ଏଣିକି ମିଳିପାରିବ ପାସପୋର୍ଟ, ବୈଦେଶିକ ମନ୍ତ୍ରଣାଳୟ ଜାରି କଲା ନୂଆ ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପଣଙ୍କ ନାମରେ ଥାନାରେ ମାମଲା ଥିଲେ ଏଣିକି ଆପଣମାନେ ପାଇପାରିବେ ପାସପୋର୍ଟ । ପୂର୍ବରୁ ମାମଲା ଥିଲେ ପାସପୋର୍ଟ ମିଳିବନି ବୋଲି ନିୟମ ରହିଥିଲା । ତେବେ ନିକଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ଏ କ୍ଷେତ୍ରରେ ଆପଣଙ୍କୁ ପାସପୋର୍ଟ ମିଳିବ, ମାତ୍ର କିଛି ସର୍ତ୍ତ ଲାଗୁ ହେବ । ଆପଣଙ୍କ ଉପରେ ଲାଗୁ ହୋଇଥିବା ମାମଲା ହତ୍ୟା, ଡକାୟତି, ବଳାକ୍ରାର, ଅପହରଣ ଭଳି ସାଙ୍ଘାତିକ ହୋଇନଥିବା ଆବଶ୍ୟକ ।

ନିୟମ ମୁତାବକ, ଆବେଦନକାରୀଙ୍କ ୫ବର୍ଷର କ୍ରାଇମ ରେକର୍ଡ ଯାଞ୍ଚ କରି ପାସପୋର୍ଟ ଅଫିସରେ ରିପୋର୍ଟ ଦାଖଲ କରିବ ପୋଲିସ । ଏହି ୫ ବର୍ଷ ମଧ୍ୟରେ ଯଦି ମାମଲାର ଚାର୍ଜସିଟ ହୋଇନଥିବ, କେବଳ ତଦନ୍ତ ପରିସରରେ ଥିବ, ତେବେ ପାସପୋର୍ଟ ମିଳିପାରିବ । ଆବେଦନକାରୀଙ୍କୁ ପାସପୋର୍ଟ ଅଫିସ ତରଫରୁ ଏସଏମଏସ ଓ ଇ-ମେଲ ଯୋଗେ ଜଣାଇ ଦିଆଯିବ । ମାମଲା ଥିଲେ ପାସପୋର୍ଟ ମିଳୁନଥିବାରୁ ଗତ ୨୦୧୮ରେ ଜଣେ ବ୍ୟକ୍ତି କେରଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ପରବର୍ତ୍ତୀ ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପାସପୋର୍ଟ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି ।

Get real time updates directly on you device, subscribe now.