fbpx

ଦାଢ଼ି ବଢ଼ାଇବା ପାଇଁ ବ୍ୟବହାର କରନ୍ତୁ ଏହିସବୁ ଜିନିଷ, ଲୁକ୍ ରେ ଫିଦା ହୋଇଯିବେ ଝିଅ

ଓଡ଼ିଶା ଭାସ୍କର ବ୍ୟୁରୋ: ଲମ୍ବା ଦାଢ଼ି ଓ ନିଶ ରଖିବା ଯୁବକମାନଙ୍କ ମଧ୍ୟର ଟ୍ରେଣ୍ଡ୍ ପାଲଟିଛି । ଲମ୍ବା ଦାଢ଼ି ଓ ନିଶ ରଖିବା ଦ୍ୱାରା ଯୁବକଙ୍କ ବୟସ ଜଣାପଡ଼ିନଥାଏ । ଅଳ୍ପ ବୟସର ପୁଅ ମାନେ ସବୁବେଳେ ଶୀଘ୍ର ଦାଢ଼ି ଉଠାଇବାକୁ ଚେଷ୍ଟା କରିଥାନ୍ତି । ଆଉ ଏହି କ୍ରମରେ ସେମାନେ ବିଭିନ୍ନ ପ୍ରକାର ଉପାୟ ଆପଣାଉ ଥିବା ଦେଖାଯାଏ । ଯଦି ଆପଣ ବି ଲମ୍ବା ଦାଢ଼ି ରଖିବାକୁ ଚାହୁଁଛନ୍ତି ତାହେଲେ ନିଜ ଡାଏଟ୍ ରେ କିଛି ଖାସ୍ ପୋଷଣ ଯୁକ୍ତ ଜିନିଷକୁ ସାମିଲ କରନ୍ତୁ । ଏହିସବୁ ଜିନିଷ ସେବନ କରିବା ଦ୍ୱାରା କେବଳ ସୁସ୍ଥ ରହିବେ ନାହିଁ ବରଂ ଦାଢ଼ି ବଢ଼ାଇବା ସହିତ ତାହା ଷ୍ଟ୍ରଙ୍ଗ ରହିବାରେ ସାହାଯ୍ୟ କରିବ । ଆପଣ ଜାଣିବା ଦରକାର ଯେ, ଦାଢ଼ିର ଗ୍ରୋଥ୍ ପାଇଁ ଭିଟାମିନ୍ , ପ୍ରୋଟିନ୍ ଓ ଓମେଗା-୩ ଫ୍ୟାଟି ଏସିଡ୍ ର ଦରକାର । ତାହେଲେ ଚାଲନ୍ତୁ ଜାଣିବା କେଉଁ ଜିନିଷ ନିଜ ଡାଏଟ୍ ରେ ସାମିଲ କରିବେ ।

ଯଦି ଆପଣ ଆମିଶ ସେବନ କରୁଥାନ୍ତି ତାହେଳେ ଆପଣ ନିଜ ଡାଏଟ୍ ରେ ଟୁନା ମାଛ ଖାଇପାରିବେ । ଏଥିରେ ଓମେଗା-୩ ଫ୍ୟାଟି ଏସିଡ୍ ରହିଛି । ଏହାକୁ ଖାଇବା ଦ୍ୱାରା ସ୍କିନ୍ ଗ୍ଲୋ ହୋଇଥାଏ ଓ ଦାଢ଼ି ସହ ଚୁଟି ମଧ୍ୟ ଭଲ ବଢ଼ିଥାଏ । ତେଣୁ ଦାଢ଼ି ଓ ଚୁଟିର ଉତ୍ତର ବୃଦ୍ଧି ପାଈଁ ଏହି ଟୁନା ମାଛକୁ ଖାଇପାରିବେ ।

ସେହିପରି ଦାଢ଼ି ଓ ଚୁଟିର ଉତ୍ତର ବୃଦ୍ଧି ପାଈଁ ପ୍ରୋଟିନ୍ ମଧ୍ୟ ଆବଶ୍ୟକ । ଏଥିପାଇଁ ଆପଣ ସୋୟାବିନ୍, ଷ୍ଟାର୍ଚଥିବା ବିନ୍ ଓ ମଟର୍ ଭରପୁର ମାତ୍ରାରେ ଖାଆନ୍ତୁ । ଆଉ ଯଦି ଆପଣ ଶାକାହାରୀ ତାହେଲେ ମସୁର ଡାଲି ସେବନ କରନ୍ତୁ । ଏହା ଶରୀରରେ ପ୍ରୋଟିନର ଅଭାବକୁ ପୂରଣ କରିଥାଏ ।

ପାଳଙ୍ଗ ରେ ଭିଟାମିନ୍ ଏ, ଭିଟାମିନ୍ ସି, ଫୋଲିକ୍ ଏସିଡ୍ ଓ ଆଇରନ୍ ଭଳି ଗୁଣ ରହିଥାଏ । ଏହାକୁ ଆପଣ ଜୁସ୍ କରି ମଧ୍ୟ ପିଇପାରିବେ । ଏହା ଆପଣଙ୍କ କେଶ ଉଠିବାରେ ଓ ତାକୁ ମଜବୁତ୍ କରିବାରେ ସାହାଯ୍ୟ କରିବ । ପାଳନ କେଶକୁ ଅକ୍ସିଜେନ୍ ପହଞ୍ଚାଇଥାଏ ।

ଡାଲଚିନି ସମସ୍ତଙ୍କ ଘରେ ରହିଛି । ଅନେକ ଲୋକ ଡାଲଚିନିରେ ଲେମ୍ବୁ ରସ ପକାଇ ପେଷ୍ଟ୍ ତିଆରି କରି ଦାଢ଼ିରେ ଲଗାଇଥାନ୍ତି । କାରଣ ଏଥିରେ ଥିବା ମିନେରାଲ୍ସ ତ୍ୱଚାରେ ଥିବା ପୋର୍ସକୁ ଖୋଲିବାରେ ସାହାଯ୍ୟ କରିଥାଏ । ଏହା ରକ୍ତ ସଞ୍ଚାଳନକୁ ବି ଭଲ ରଖିଥାଏ ।

ଦାଢ଼ି ବଢ଼ାଇବା ପାଇଁ ଆପଣ ନଡ଼ିଆ ତେଲ ବି ବ୍ୟବହାର କରିପାରିବେ । ନଡ଼ିଆ ତେଲକୁ ଦାଢ଼ିରେ ମାଲିସ୍ କରନ୍ତୁ ଭଲ ଫଳ ମିଳିବ ।

Get real time updates directly on you device, subscribe now.