fbpx

ନକଲି ସିବିଆଇ ଅଧିକାରୀକୁ ଗିରଫ କଲା ପୋଲିସ: ମିଛ ପରିଚୟ ଦେଇ କରୁଥିଲେ ଠକାମୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀରୁ ଗିରଫ ହେଲା ନକଲି ସିବିଆଇ ଅଫିସର । ନିଜକୁ ସିବିଆଇ ଅଫିସର ବୋଲି କହି ଠକୁଥିଲା ନିରୀହ ଲୋକଙ୍କୁ  । ତେବେ ବୁଧବାର ତମାଣ୍ଡୋ ଥାନା ଏହି ନକଲି ସିବିଆଇ ଅଧିକାରୀ ନିଖିଲ ସ୍ୱାଇଁକୁ ଗିରଫ କରିଛି । ନିଖିଲ ଜଣେ ଭିନ୍ନକ୍ଷମ ବୋଲି ଜଣାପଡ଼ିଛି ।

ନିଖିଲ ଜଣେ ମୋବାଇଲ ଦୋକାନୀଙ୍କୁ ତାଙ୍କ ଝିଅର ଚିକିତ୍ସା କରାଇଦେବାକୁ କହି ୩୦ ହଜାର ଠକିଛି । ସେହିଭଳି ଏୟାରପୋର୍ଟ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ସେକ୍ରେଟେରିଏଟ ରେ ଚାକିରି କରାଇଦେବାକୁ କହି ୪୦ ହଜାର ଠକିଛି । ତେବେ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ତମାଣ୍ଡୋ ପୋଲିସ ।

Get real time updates directly on you device, subscribe now.