fbpx

ଭୟଙ୍କର ବିସ୍ଫୋରଣ: ମସଜିଦରେ ଆତ୍ମଘାତୀ ଆକ୍ରମଣରେ ୩୦ରୁ ଅଧିକ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ଏବେ ୟୁକ୍ରେନ-ଋଷ ଯୁଦ୍ଧ ଉପରେ ରହିଛି ବିଶ୍ୱବାସୀଙ୍କ ନଜର । କିନ୍ତୁ ସେପଟେ ପାକିସ୍ତାନରେ କରାଯାଇଛି ଏକ ଭୟଙ୍କର ଆକ୍ରମଣ । ବିସ୍ଫୋରଣରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଉଦ୍ଧ୍ୱର୍ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ତେବେ ପାକିସ୍ତାନର ପେଶାୱର ମସଜିଦରେ ଏପରି ଏକ ଆତ୍ମଘାତୀ ବିସ୍ଫୋରଣକୁ ନେଇ ସାରା ଦେଶରେ ଖେଳିଯାଇଛି ଭୟର ବାତାବରଣ ।

ସୂଚନା ମୁତାବକ, ଆଜି ନମାଜ ପଢିବା ବେଳେ ପାକିସ୍ତାନର ପେଶାୱର ମସଜିଦରେ ହୋଇଛି ଆତ୍ମଘାତୀ ବିସ୍ଫୋରଣ । ନମାଜ ପାଇଁ ମସଜିଦରେ ଅନେକ ଲୋକ ରହିଥିବାରୁ ମୃତ୍ୟସଂଖ୍ୟା ବଢିବାରେ ଲାଗିଛି । ଏହି ବିସ୍ଫୋରଣ ଫଳରେ ଏଯାବତ ମୋଟ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେେଳେ ୫୦ରୁ ଉଦ୍ଧ୍ୱର୍ ଲୋକ ଆହତ ହୋଇଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ଆହତ ବ୍ୟକ୍ତିମାନଙ୍କୁ ଲେଡି ରିଡିଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଉଦ୍ଧାର କାରୀ ଦଳଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ନିକଟସ୍ଥ ଅଞ୍ଚଳକୁ ଖାଲି କରି ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଏହି ବିସ୍ଫୋରଣ ପଛରେ କୌଣସି ଆତଭ୍କୀ ସଂଗଠନର ହାତ ରହିଥିବା ଅନୁମାନ କରାଯାଉଛି । ପୋଲିସ କହିବା ଅନୁସାରେ ଆକ୍ରମଣରେ ଦୁଇ ଜଣଙ୍କର ସମ୍ପୃକ୍ତି ରହିଥିଲା । ମସଜିଦରେ ପ୍ରବେଶ ପାଇଁ ଅନୁମତି ନ ଦେବାରୁ ପୋଲିସ କର୍ମୀଙ୍କୁ ଗୁଳି କରି ଦେଇଛନ୍ତି ଏହି ଦୁଇ ଦୁର୍ବୃତ୍ତ । ଫଳରେ ଜଣେ ପୋଲିସ କର୍ମଚାରୀ ଏଥିରେ ପ୍ରାଣ କରାଇଛନ୍ତି । ଏହା ଉପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ବୟାନ ବି ଆସିଛି । ସେ ଏହି ହାମଲାକୁ ନିନ୍ଦା କରିବା ସହ ପେଶାବର ସିଏମ ମହମୁଦ ଖାନ ବି ହାମଲାକୁ ନେଇ ନିନ୍ଦା କରିଛନ୍ତି । ଏହାପୂର୍ବରୁ ପାକିସ୍ତାନ କେଟାରେ ଗୁରୁବାର ଧମାକା ହୋଇଥିଲା । ଯେଉଁଥିରେ ପୁଲିସ ଅଧିକରୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୪ ଜଣ ଆହତ ହୋଇଥିଲେ ।

Get real time updates directly on you device, subscribe now.