ୟୁକ୍ରେନ ସଂକଟକୁ ନେଇ ଭୋଟିଙ୍ଗ: ଏଥର ବି ଚୁପ ରହିଲା ଭାରତ, ଋଷ ବିରୋଧରେ କଲାନି ଅଂଶଗ୍ରହଣ

ନୂଆଦିଲ୍ଳୀ: ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ପୁଣି ଅନୁଷ୍ଠିତ ହୋଇଛି ଭୋଟିଂ କାର୍ଯ୍ୟକ୍ରମ । ମିଳିତ ଜାତିସଂଘର ଏହି କାର୍ଯ୍ୟକ୍ରମରେ ପୁଣି ନୀରବ ରହିଛି ଭାରତ । ୟୁକ୍ରେନ ସଙ୍କଟକୁ ନେଇ ହୋଇଥିବା ଏହି ଭୋଟିଂରେ ଭାରତ ପୁଣି ଥରେ ଦୂରେଇ ରହିଛି । ଋଷ ବିରୋଧୀ ପ୍ରସ୍ତାବରେ ଭାରତ ସାଇଲେଣ୍ଟ ମୋଡ ଅବଲମ୍ବନ କରିଛି ।

ମାନବାଧିକାର ଉଲ୍ଲଙ୍ଘନ ଯାଞ୍ଚ ପ୍ରସଙ୍ଗରେ ମିଳିତ ଜାତିସଂଘ ମାନାବାଧିକାର ପରିଷଦରେ ଶେଷ ହୋଇଛି ଭୋଟିଙ୍ଗ । ପୂର୍ବ ଥର ପରି ଏଥର ମଧ୍ୟ ଭାରତ ନୀରବତା ଅବଲମ୍ବନ କରିଛି । ଋଷ ବିରୋଧରେ ହୋଇଥିବା ପ୍ରସ୍ତାବକୁ ନେଇ ଚୁପ ରହିଛନ୍ତି ପ୍ରଦାନମନ୍ତ୍ରୀ ମୋଦି । ୟୁକ୍ରେନ ଉପରେ ଏକ ବିଶାଳ ସଂକଟ ଥିବା ସତ୍ତେ୍ୱ ଭାରତ ଭଳି ଦେଶ ନୀରବ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଭୋଟିଂ କାର୍ଯ୍ୟକ୍ରମରେ ଭାରତ ଅଂଶଗ୍ରହଣ କରି ନଥିବା ଜଣାଯାଇଛି । ଏହି ସମ୍ପର୍କରେ ଦୁଇ ଥର ଭୋଟିଂ ହୋଇଥିବା ବେଳେ ଉଭୟ ଥର ଭାରତ ନୀରବତା ଦେଖାଇଛି ।