fbpx
BJD SKY
BJD SKY

ଟ୍ରାଫିକ୍ ଶୃଙ୍ଖଳା ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ: ବିଦେଶ ନୁହେଁ ଭାରତର ଏହି ଦୃଶ୍ୟ

BJD

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ବିକଟ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳୁଛି । ଟ୍ରାଫିକ୍ ଜାମ୍ ଯୋଗୁଁ ଅନେକ ସମୟରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ଫସିରହୁଥିବା ଦେଖିବାକୁ ମିଳିଥାଏ । ଯାହାର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥାଏ । ଅନେକ ଥର ଟ୍ରାଫିକ ଜାମ୍ ଯୋଗୁଁ ଗଣ୍ଡଗୋଳ ମଧ୍ୟ ଦେଖିବାକୁ ମିଳିଥାଏ ।

ଟ୍ରାଫିକ୍ ଜାମ୍ କୁ ନେଇ ଏବେ ସୋସିଆଲ ମିଡିଆରେ ଦେଶର ଏମିତି ଏକ ରାଜ୍ୟର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଟ୍ରାଫିକ୍ ଜାମ୍ ର ଏହି ଫଟୋ ସଂପୂର୍ଣ୍ଣ ଭିନ୍ନ । ଏଠାରେ ଟ୍ରାଫିକ୍ ଜାମକୁ ନେଇ କେହି ଗଣ୍ଡୋଗୋଳ କରୁନାହାଁନ୍ତି କି ଜଣକୁ ଟପି ଅନ୍ୟ ଜଣେ ପଳାଇବାକୁ ଚେଷ୍ଟା କରୁନାହାଁନ୍ତି । ଆଉ ଏହି ଫଟୋ ହେଉଛି ମିଜୋରାମର ।

ଫଟୋରେ ସ୍ୱଷ୍ଟ ଭାବରେ ଦେଖାଯାଉଛି ଏଠିକାର ଲୋକମାନେ ସଂପୂର୍ଣ୍ଣ ଭାବରେ ଟ୍ରାଫିକ ନିୟମ ପାଳନ କରୁଛନ୍ତି । କୌଣସି ଗୋଟିଏ ବି ଗାଡ଼ି ଲେନ୍ ବାହାରକୁ ଯାଇନାହିଁ । ଆଉ ଟ୍ରାଫିକ୍ ଜାମ୍ ସମୟରେ ସମସ୍ତେ ଅନୁଶାସିତ ଢ଼ଙ୍ଗରେ ପାଳନ କରୁଛନ୍ତି ନିୟମ । ଏହି ଫଟୋକୁ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ରିଟ୍ୱିଟ୍ କରିଛନ୍ତି  । ଆଉ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଏବଂ ୟୁଜର୍ସ ମାନେ ମଧ୍ୟ ଏହି ଫଟୋକୁ ଦେଖି ଖୁବ୍ ପ୍ରଶଂସା କରୁଛନ୍ତି ।

Get real time updates directly on you device, subscribe now.