fbpx
BJD SKY
BJD SKY

ଦୁନିଆ ଜାଣିବ ଅଲିମ୍ପିଆନଙ୍କ କାହାଣୀ: ମାଗାଜିନ ଜରିଆରେ ହୃଦାନନ୍ଦଙ୍କ ନିଆରା ପ୍ରୟାସ, ଦେଖନ୍ତୁ Video

BJD

ଭୁବନେଶ୍ବର (ଓଡ଼ିଶା ଭାସ୍କର): ଟୋକିଓରେ ପାରା ଅଲମ୍ପିକ୍ସର ବର୍ତ୍ତମାନର ସଂସ୍କରଣ ଭାରତୀୟଙ୍କ ପାଇଁ ନିଶ୍ଚିତରୂପେ ଅବିସ୍ମରଣୀୟ। ପାରାଲିମ୍ପିକ୍ କ୍ରୀଡ଼ାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୫ ଟି ସ୍ୱର୍ଣ୍ଣ, ୮ ଟି ରୌପ୍ୟ ଏବଂ ୬ ଟି ବ୍ରୋଞ୍ଜ ସମେତ ୧୯ ଟି ପଦକ ଜିତିବାରେ ଭାରତ ସଫଳ ହେଇଛି। ପ୍ରଥମ ଥର ପାଇଁ ଓଡ଼ିଶାର କ୍ରୀଡ଼ାବିତ ପ୍ରମୋଦ ଭଗତ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ବିଜୟ ହେବା ସତରେ କେଡ଼େ ଗୌରବର କଥା ! ଭାରତର ଭିନ୍ନ ପ୍ରାନ୍ତରୁ ବିଜେତା ହେଇଥିବା ସମସ୍ତ କ୍ରୀଡ଼ାବିତଙ୍କ ଆପ୍ରାଣ ଉଦ୍ୟମ ଏବଂ ମନୋବଳକୁ ନେଇ କିଛି ଯୁବା ବର୍ଗ ଐକ୍ସଙ୍କୟବଦ୍ଭବଦ୍ଭୟବ ଚକ୍ସଙ୍କଗ୍ଦଗ୍ଧଚ୍ଚ ଏକ ମାଗାଜିନ ପ୍ରସ୍ତୁତ କରିଛନ୍ତି ଯାହାର ନାମ ହେଉଛି “”Tokyo Inside 2020″”. ମାଗାଜିନଟିର ମୂଳ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ବିଜୟୀ ପାରା ଅଲିମ୍ପିଆନଙ୍କ ସଫଳତାର କାହାଣୀ ଲୋକମୂଖକୁ ଆଣିବା ଏବଂ କ୍ରୀଡ଼ାର ମହତ୍ତ୍ଵ ଗୁଡିକୁ ଜନସାଧାରଣମାନଙ୍କୁ ପହଞ୍ଚାଇବା।

ଏତଦବ୍ୟତୀତ ଓଡ଼ିଶା ସରକାରଙ୍କ ଜାତୀୟ ଖେଳ ହକି ପାଇଁ ଅବଦାନ ଏବଂ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ ତଥା ହକି ଖେଳର ଉନ୍ନତି ପାଇଁ ନିଯାଇଥିବା ପଦକ୍ଷେପ ସମ୍ବନ୍ଧୀୟ ଅନେକ ତଥ୍ୟ ମଧ୍ୟ ଉକ୍ତ ମାଗାଜିନରେ ଉଲ୍ଲେଖ କରାଯାଇଛି। “ଶୁଭପଲ୍ଲବ” ପବ୍ଲିକେଶନ ମାଧ୍ୟମରେ ମାଗାଜିନଟି ପ୍ରକାଶ ପାଉଥିବା ବେଳେ “ସୃଜନୀ ଓଡ଼ିଆ”ଙ୍କ ସହଭାଗିତା “”Tokyo Inside 2020″”କୁ ଗୋଟେ ପାଦ ଆଗକୁ ନେବାରେ ସହାୟକ ହେଇପାରିଛି।

Get real time updates directly on you device, subscribe now.