fbpx

ଏଠାରେ ଭର୍ଜିନ୍ ଯୁବକଙ୍କ ପରିସ୍ରାରେ ଫୁଟାଇ ଖିଆଯାଏ ଅଣ୍ଡା: ଭୋଜନକାରୀ କହିଛନ୍ତି ଏହାର ଗଜବ ଫାଇଦା

ନୂଆଦିଲ୍ଲୀ: ଦୁନିଆରେ ଲୋକମାନେ ଅନେକ ପ୍ରକାରର ଖାଦ୍ୟ ବନାଇ ଖାଇଥାନ୍ତି । ସେଥିରୁ କିଛି ବହୁତ ଅଜୀବ୍ ମଧ୍ୟ ରହିଛି । କିନ୍ତୁ ଆଜି ଆମେ ଏପରି ଏକ ଡିସ୍ ରେସିପି ବିଷୟରେ କହିବାକୁ ଯାଉଛି, ଯାହାକୁ ଶୁଣି ଆପଣଙ୍କ ବି ଆଶ୍ଚର୍ଯ୍ୟ ହୋଇଯିବେ । ଡିସର ନାଁ ‘ଭର୍ଜିନ୍ ଏଗ୍’ ରହିଛି, ଯାହାକୁ ପ୍ରସ୍ତୁତ କରିବା ପାଇଁ ଅବିବାହିତ ଯୁବକ ବା ଭର୍ଜିନ୍ ବଏଙ୍କ ପରିସ୍ରା ବ୍ୟବହାର କରାଯାଏ । ଏହାର ସତ୍ୟତା ଜାଣିବା ପରେ ଆପଣ ବି ଏହାକୁ ପାଗଳପଣ କହିପାରିବେ । ତେବେ ଆସନ୍ତୁ ଜାଣିବ ଏହି ଡିସ୍ ବିଷୟରେ…

ଖବର ମୁତାବକ, ଚୀନର ଜେଜିଆଙ୍ଗ ଅଞ୍ଚଳର ଡୋଙ୍ଗଆଙ୍ଗରେ ବର୍ଷ ବର୍ଷ ଧରି ଛୁଆଙ୍କ ଶପରିସ୍ରାରେ ଅଣ୍ଡା ସିଝାଇ ଖିଆଯାଉଛି । ଦୁନିଆ ପାଇଁ ଏହା ଆଶ୍ଚର୍ଯ୍ୟକର କଥା ହୋଇଥିବା ବେଳେ ସେହି ଅଞ୍ଚଳ ପାଇଁ ଏହା ଏକ ସାଧାରଣ କଥା । ‘ଭର୍ଜିନ ବଏ ଏଗ୍’ ନାମରେ ଏହି ଡିସ୍ ଡୋଙ୍ଗଆଙ୍ଗରେ ବହୁତ ପ୍ରସିଦ୍ଧ ଓ ଏହାର ଖାସ୍ ‘ସାଂସ୍କୃତିକ ଗୁରୁତ୍ୱ’ ମଧ୍ୟ ରହିଛି । ଏହି ଡିସର ସ୍ଥାନୀୟ ନାଁ ‘ତୌଙ୍ଗଜି ଡ୍ୟାନ୍’ ରହିଥିବା ବେଳେ ଅନେକ ଲୋକ ଏହାକୁ ‘ବଏ ଏଗ୍’ ଭାବେ ଜାଣିଛନ୍ତି ।

ତେବେ ଚୀନର ଡୋଙ୍ଗଆଙ୍ଗରେ ଲୋକମାନଙ୍କ ଦ୍ୱାରା ବସନ୍ତ ମାସରେ ବହୁତ ଧୁମଧାମରେ ଏକ ପର୍ବ ପାଳନ କରାଯାଏ । ଏହି ପର୍ବର ଖୁସିରେ ଲୋକମାନେ ଏପରି ଡିସ୍ ଖାଇଥାନ୍ତି । ଏହି ଡିସର ସବୁଠାରୁ ଖାସ୍ କଥା ହେଉଛି କି, ଏହା ଭର୍ଜିନ ଯୁବକଙ୍କ ପରିସ୍ରାରେ ପ୍ରସ୍ତୁତ କରାଯାଏ । ଏହି ସମୟରେ କୁକୁଡା ଅଣ୍ଡାକୁ ପରିସ୍ରା ମଧ୍ୟରେ ବୁଡ଼ାଇ ରଖାଯାଏ । ଏଥିପାଇଁ ଏହାକୁ ‘ଭର୍ଜିନ୍ ବଏ ଏଗ୍’ କୁହାଯାଏ । ଏହାର ପ୍ରସ୍ତୁତି ପାଇଁ କିଛି ଦିନ ପୂର୍ବରୁ ପରିସ୍ରା ସଂଗ୍ରହ କରିବାକୁ ଲୋକମାନେ ସ୍କୁଲମାନଙ୍କରେ ବାଲଟି ରଖିଦିଅନ୍ତି ।

ଏହି ଡିସ୍ କରିବା ପାଇଁ ପ୍ରଥମେ କୁକୁଡା ଅଣ୍ଡାକୁ ଭର୍ଜିନ ଯୁମକଙ୍କ ପରିସ୍ରାରେ ଫୁଟାଯାଏ । ଏହା ପରେ ଅଣ୍ଡାର ଖୋଳପା ଛଡ଼ାଇବା ପରେ ଏହାକୁ ପୁଣିଥରେ ପରିସ୍ରାରେ ଫୁଟାଯାଏ, ଯେପରିକି ଅଣ୍ଡାରେ ପରିସ୍ରାର ସ୍ୱାଦ ଆସିବ । ଏହାକୁ ଖାଇଥିବା ଲୋକେ କୁହନ୍ତି କି, ଏଥିରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ ଓ ଶକ୍ତି ମିଳିଥାଏ । ଏଗୁଡିକୁ ଖାଇବା ଦ୍ୱାରା ଜ୍ୱର ଓ ଥଣ୍ଡା ଇତ୍ୟାଦି ହୁଏନାହିଁ ।

Get real time updates directly on you device, subscribe now.