fbpx

ମେହାଲୀରେ ଭାରତର ମନମୋହକ ବିଜୟ: ଐତିହାସିକ ମ୍ୟାଚରେ ବିରାଟଙ୍କୁ ଉପହାର ଦେଲା ରୋହିତ ସେନା

ମୋହାଲୀ: ଭାରତ ବିପକ୍ଷ ଶ୍ରୀଲଙ୍କା ଟେଷ୍ଟରେ ବିରାଟ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଗୋଟିଏ ଇନିଂସ ଏବଂ ୨୨୨ ରନରେ ସିଂହଳୀ ଦଳକୁ ପଛରେ ପକାଇଛି ରୋହିତ ସେନା । ତେବେ ଏହି ମ୍ୟାଚ ବିରାଟ କୋହଲିଙ୍କ ୧୦୦ ତମ ମ୍ୟାଚ ହୋଇଥିଲେ ମଧ୍ୟ ସେ କୌଣସସି କମାଲ କରି ପାରି ନଥିଲେ । ଐତିହାସିକ ମ୍ୟାଚରେ ଶତକ ଆଶା କରୁଥିଲେ କୋଟି କୋଟି ଦର୍ଶକ । କିନ୍ତୁ ମାତ୍ର ୪୫ ରନରେ ପାଭିଲିୟନ ଫେରିଥିଲେ ବିରାଟ । କିନ୍ତୁ ମ୍ୟାଚରେ ଜବରଦସ୍ତ କମବ୍ୟାକ କରିଥିଲେ ରୋୟଲ ଷ୍ଟାର ରବିନ୍ଦ୍ର ଜଡେଜା । ଧୂଆଁଧାର ଶତକ ସାଙ୍ଗକୁ ୯ଟି ୱିକେଟ ଅକ୍ତିାର କରିଛନ୍ତି ଜାଡ୍ଡୁ । ସାର ଜାଡେଜାଙ୍କ ୱାନ ମ୍ୟାନ ଶୋ’ରେ ସିଂହଳୀ ଦଳ ବେହାଲ ହୋଇ ପ୍ରଥମ ମ୍ୟାଚରେ ପରାଜୟର ସାମନା କରିଛି ।

India vs Sri Lanka, 1st Test Highlights: Ravindra Jadeja's All-Round Show  Powers India To Innings Win | Cricket News

ତୃତୀୟ ଦିନରେ ୧୦୮-୪ରୁ ମ୍ୟଚ ଆରମ୍ଭ କରିଥିଲା ଶ୍ରୀଲଙ୍କା । ଦିନର ପ୍ରଥମରୁ ହିଁ ଦଳ ପାଇଁ ଆସିଥିଲା ଜାଡେଜା ନାମକ ତୋଫାନ । ୧୩ ଓଭର ବୋଲିଂ କରି ମାତ୍ର ୪୧ ରନ ବ୍ୟୟରେ ୪ ଓଭର ମ୍ୟାଡେନ ସହିତ ୫ ୱିକେଟ ଅକ୍ତିଆର କରିଥିଲେ ସାର ଜାଡେଜା । ଫଳରେ ଶ୍ରୀଲଙ୍କା ମାତ୍ର ୧୭୪ ରନରେ ସମସ୍ତ ୱିକେଟ ହରାଇ ଫଳୋଅନ ଖେଳିଥିଲା । ଏହା ପରେ ମଧ୍ୟ ସୁଧୁରି ନଥିଲା ଟିମର ପରିସ୍ଥିତି । ଦ୍ୱିତୀୟ ଇନିଂସରେ ପ୍ରଥମରୁ ହିଁ ଅଶ୍ୱୀନଙ୍କୁ ଆଟାକରେ ଲଗାଇଥିଲେ ରୋହିତ ଶର୍ମା । ମାତ୍ର ୯ ରନରେ ସିଂହଳୀ ଦଳକୁ ଲାଗିଥିଲା ଶକ୍ତ ଝଟକା । ଖାତା ଖୋଲିବା ପୂର୍ବରୁ ହିଁ ପାଭିଲିୟନ ଫେରିଥିଲେ ଓପନର ଥିରିମାନେ । ଏହାପରେ ୧୯ରେ ଦଳକୁ ଆଉ ଏକ ଝଟକା ଦେଇଥିଲେ ରବି ଅଶ୍ୱୀନ । ୧୯ ରନରେ ଶ୍ରୀଲଭ୍କା ଦୁଇ ଭରସାଯୋଗ୍ୟ ଖେଳାଳିଙ୍କୁ ସେ ଆଉଟ କରିଥିଲେ । କିନ୍ତୁ ଏବେ ବି ବାକି ଥିଲା ଜାଡେଜା ଶୋ’ । ପ୍ରଥମ ଇନିଂସରେ ୫ ୱିକେଟ ନେଇଥିବା ଜଡେଜା ଦ୍ୱିତୀୟ ଇନିଂସରେ ମଧ୍ୟ ଘାତକ ବୋଲିଂ କରିଛନ୍ତି । ୧୬ ଓଭର ବୋଲିଂ କରିଥିବା ବେଳେ ୪୬ ରନ ଦେଇ ୪ ଟି ୱିକେଟ ନିଜ ନାମରେ କରିଛନ୍ତି ସାର ଜାଡେଜା । ଫଲୋ ଅନ ପରେ ୧୭୮ ରନ କରି ଅଳ ଆଉଟସ ସମାନା ହୋଇଛି ଶ୍ରୀଲଙ୍କା ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଟିମ ଇଣ୍ଡିଆ ୨୨୨ ରନର ଏକ ବିଶାଳ ବିଜୟ ହାସଲ କରି ପାରିଛି ।

Jadeja's all-round show puts India in command against Sri Lanka in first  Test - GulfToday

ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଓପନର ରୋହିତ ଶର୍ମା ଏବଂ ମୟଙ୍କ ଅଗ୍ରୱାଲ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ତେବେ ହନୁମା ବିହାରୀ ଅର୍ଦ୍ଧଶତକ ହାସିଲ କରିଥିଲେ । ସେପଟେ ବିରାଟ କୋହଲି ୧୦୦ ତମ ମ୍ୟାଚରେ ମାତ୍ର ୪୫ ରନ କରି କ୍ଲିନ ବୋଲଡ ହୋଇଯାଇଥିଲେ । ଶ୍ରେୟସ ଅୟର ମଧ୍ୟ ଫେଲ ମାରିଥିଲେ । ତେବେ ୱିକେଟ କିପର ଋଷଭ ପନ୍ତ ଏବଂ ସାର ଜାଡେଜା ଦଳକୁ ସମ୍ଭାଳିଥିଲେ । ଶତକରୁ ମାତ୍ର ୪ ରନ ଦୂରରେ ଥିବା ବେଳେ ଆଉଟ ହୋଇଥିଲେ ଋଷଭ । କିନ୍ତୁ ଅଟକି ନଥିଲେ ଜାଡେଜା । ଅଶ୍ୱୀନଙ୍କ ସହ ମିଶି ଦଳକୁ କଜବୁତ ଟାର୍ଗେଟ ଆଡକୁ ନେଇଥିଲେ । ଅଶ୍ୱୀନ ୬୧ ରପରେ ଜାଡେଜାଙ୍କ ହାତ ଛାଡିଥିଲେ । କିନ୍ତୁ ଜାଡେଜା ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରି ଚାଲିଥିଲେ । ଏହାରି ଭିତରେ ବ୍ୟକ୍ତିଗତ ୧୭୫ ରନରେ ପହଞ୍ଚି ସାରିଥିଲେ ରୋୟଲ ଷ୍ଟାର ରବିନ୍ଦ୍ର । କିନ୍ତୁ ୨୦୦ ରନ ମାଇଲଖୁଣ୍ଟରେ ପହଞ୍ଚିବା ପୂର୍ବରୁ ୫୭୪ ରନରେ ୮ ୱିକେଟ ହରାଇଥିବା ବେଳେ ପାଳି ଘୋଷଣା କରିଥିଲେ ରୋହିତ । ଯାହା ପ୍ରଶଂସକଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଥିଲା । ଜାଡେଜାଙ୍କ ଦ୍ୱିଶତକ ଅର୍ଜନ କରିବାରୁ ବଞ୍ଚିତ କରିଥିଲା ଟିମ ମ୍ୟାନେଜମେଣ୍ଟ । ତେବେ ମ୍ୟାଚରେ ୧୭୫ ରନର ଧମାକାଦାର ପାଳି ଏବଂ ୯ ୱିକେଟ ହାସଲ କରିଥିବା ସାର ସବିନ୍ଦ୍ର ଜାଡେଜାଙ୍କୁ ମ୍ୟାନ ଅଫ ଦ ମ୍ୟାଚରେ ସମ୍ମାନିତ କରାଯାଇଛି ।

 

Get real time updates directly on you device, subscribe now.