fbpx

ବଲିଉଡ ଅଭିନେତ୍ରୀ ସୋନାକ୍ଷୀଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି, ୩୬ ଲକ୍ଷ ଟଙ୍କାର ଠକେଇ ନେଇ ରହିଛି ମାମଲା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ କୋର୍ଟ ଏକ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି । ଉତ୍ତରପ୍ରଦେଶର ମୁରାଦାବାଦର ଏସିଜେଏମ୍‌-୪ କୋର୍ଟଙ୍କ ପକ୍ଷରୁ ଏହି ୱାରେଣ୍ଟ ଜାରି କରାଯାଇଛି । କ୍ରମାଗତ ଭାବରେ କୋର୍ଟରେ ହାଜର ନହେବା କାରଣରୁ ୱାରେଣ୍ଟ ଜାରି କରାଯାଇଥିବା ନେଇ କୁହାଯାଇଛି । ମୁରାଦାବାଦର ପ୍ରମୋଦ ଶର୍ମା ୨୦୧୮ରେ ସୋନାକ୍ଷୀ ସିହ୍ନାଙ୍କ ସମେତ ପାଞ୍ଚ ଜଣଙ୍କ ବିରୋଧରେ କଟଘର ପୋଲିସ ଷ୍ଟେସନରେ ୩୬ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ନେଇ ମାମଲା ଦାୟର କରିଥିଲେ । ସୋନାକ୍ଷୀ ସିହ୍ନାଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ପୋଲିସଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୪ ଏପ୍ରିଲରେ ହେବ ।

ଏହାକୁ ନେଇ ପ୍ରମୋଦ ଶର୍ମା ଅଭିଯୋଗ କରିଛନ୍ତି ଯେ, ଚୁକ୍ତିନାମା କରିବା ପରେ ମଧ୍ୟ ସୋନାକ୍ଷୀ ସିହ୍ନା ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିନାହାଁନ୍ତି, ହେଲେ ତାଙ୍କ ବିମାନ ଟିକେଟ ପାଇଁ ଦେୟ ପ୍ରଦାନ କରାଯାଇଛି । ମୁରାଦାବାଦର କଟଘର ପୋଲିସ ଷ୍ଟେଶନ ଅଞ୍ଚଳରେ ରହୁଥିବା ପ୍ରମୋଦ ଶର୍ମା, ଟ୍ୟାଲେଣ୍ଟ ଫୁଲଓନ ଏବଂ ଏକ୍ସିଡ ଏଣ୍ଟରଟେନ୍‌ମେଣ୍ଟ କମ୍ପାନୀ ମାଧ୍ୟମରେ ଇଣ୍ଡିଆ ଫ୍ୟାଶନ ଏବଂ ବିୟୁଟି ପୁରସ୍କାର ପାଇଁ ସୋନାକ୍ଷୀ ସିହ୍ନାଙ୍କୁ ନିମନ୍ତ୍ରଣ କରିଥିଲେ । ଏହି କାର୍ଯ୍ୟକ୍ରମ ୩୦ ସେପ୍ଟେମ୍ବର ୨୦୧୮ରେ ଦିଲ୍ଲୀର ଶ୍ରୀ ଫୋର୍ଡ ଅଡିଟୋରିୟମରେ ଅନୁଷ୍ଠିତ ହେବାର ଥିଲା । ସୋନାକ୍ଷୀ ସିହ୍ନା ଏଥି ।ଇଁ ସୋସିଆଲ ମିଡିଆରେ ଏକ ପ୍ରମୋଶନ ଭିଡିଓ ମଧ୍ୟ ସେୟାର କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆସିବା ପାଇଁ ୨୯ଲକ୍ଷ ୯୨ହଜାର ଟଙ୍କା ତାଙ୍କୁ ଦିଆଯାଇଥିଲା । ୨୦୧୯ ରେ ପ୍ରମୋଦ ଶର୍ମା ଏ ବିଷୟରେ ଅଭିଯୋଗ କରିଥିଲେ, କିନ୍ତୁ ଅଭିଯୋଗର ପଞ୍ଜିକରଣ ନହେବାରୁ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଏହା ପରେ ଏକ ମାମଲା କଟଘର ଥାନାରେ ରୁଜୁ ହୋଇଥିଲା । ମାମଲା ପଞ୍ଜିକରଣ ପରେ ସୋନାକ୍ଷୀ ସିହ୍ନା ଅଗଷ୍ଟ ୧୪ ରେ ମୁରାଦାବାଦକୁ ଆସି ଏହି ମାମଲାରେ ତାଙ୍କ ବୟାନ ରେକର୍ଡ କରିଥିଲେ । ଏକ ହୋଟେଲରେ ଦୁଇ ଘଣ୍ଟା ରହିବା ପରେ ସେ ତାଙ୍କ ବୟାନ ରେକର୍ଡ କରିବା ପରେ ଚାଲିଯାଇଥିଲେ । ପ୍ରମୋଦ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ପୋର୍ଟାଲରେ ଦୁଇଥର ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ଧାରା ୪୨୦, ୪୦୬ ଅ

Get real time updates directly on you device, subscribe now.