fbpx

NSEର ପୂର୍ବତନ CEO ଚିତ୍ରା ରାମକୃଷ୍ଣ ଗିରଫ

ନୂଆଦିଲ୍ଲୀ: ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଚିତ୍ରା ରାମକୃଷ୍ଣ ଗିରଫ ହୋଇଛନ୍ତି । ଚିତ୍ରାଙ୍କୁ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) କୋ-ଲୋକେସନ ମାମଲାରେ ଗିରଫ କରିଥିବା ଜଣାପଡ଼ିଛି । ସିବିଆଇ ଅଧିକାରୀମାନେ ଚିତ୍ରାଙ୍କୁ ଦିଲ୍ଲୀରୁ ଗିରଫ କରିଥବବା ବେଳେ ସେଠାରେ ତାଙ୍କର ମେଡିକାଲ ଯାଞ୍ଚ କରାଯାଇଥିଲା । ଏହି ମାମଲାରେ ସିବିଆଇ ଟିମ୍ ତାଙ୍କୁ ତିନିତିନ ଧରି ପଚରାଉଚରା କରିଥିଲା । ଗତ ମାସରେ ସିବିଆଇ ଚିତ୍ରାଙ୍କ ସହଯୋଗୀ ଆନନ୍ଦ ସୁବ୍ରମଣ୍ୟମଙ୍କୁ ଗିରଫ କରିଥିଲା ।

ଏହି ମାମଲାରେ ପୂର୍ବରୁ ଚିତ୍ରାଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଥିଲା । ଜଣେ ବାବାଙ୍କ ଦ୍ୱାରା ପରିଚାଳିତ ହୋଇ ଚିତ୍ରା ମନଇଚ୍ଛା ନିଯୁକ୍ତି ଦେଉଥିବା ଅଭିଯୋଗ ହୋଇଥିଲା । ଏନେଇ ସେବି ପକ୍ଷରୁ ଚିତ୍ରାଙ୍କ ଉପରେ ଜରିମାନା ଲାଗୁ କରାଯିବା ସହ ଏନଏସଇ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିଲା ।

Get real time updates directly on you device, subscribe now.