fbpx

ୟୁପି, ପଞ୍ଜାବ ସମେତ ୫ ରାଜ୍ୟରେ କାହାର ହେବ ସରକାର ? ସନ୍ଧ୍ୟାରେ ଆସିବ Exit Poll

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଆଜି ଶେଷ ପର୍ଯ୍ୟାୟ ମତଦାନ ହେଉଛି। ଏଥିସହ ୟୁପି, ପଞ୍ଜାବ ଏବଂ ଉତ୍ତରାଖଣ୍ଡ ସମେତ ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବାକୁ ଯାଉଛି। ବର୍ତ୍ତମାନ ଏହି ରାଜ୍ୟଗୁଡିକର ନିର୍ବାଚନ ପରିଣାମକୁ ନେଇ ଜନତାଙ୍କ ମଧ୍ୟରେ ଉତ୍ସୁକତା ବଢିବାରେ ଲାଗିଛି। ମାର୍ଚ୍ଚ ୧୦ରେ ଭୋଟ୍ ଗଣତି ଏବଂ ଫଳାଫଳ ଘୋଷଣା କରାଯିବ। ତେବେ ଏହା ପୂର୍ବରୁ ସୋମବାର ଆସିବ ଏକଜିଟ୍ ବା ଭୋଟ୍ ବାହୁଡା ମତ। ଏଥିରୁ ଅନୁମାନ କରାଯାଇ ପାରିବ ଯେ, କେଉଁ ରାଜ୍ୟରେ କାହାର ସରକାର ହେବାକୁ ଯାଉଛି। ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରର ଏକଜିଟ୍ ପୋଲ ୟୁପିରେ ସପ୍ତମ ପର୍ଯ୍ୟାୟ ମତଦାନ ସରିବା ମାତ୍ରେ ଜାରି କରାଯିବ। ଏହାର ଅର୍ଥ ଆଜି ସନ୍ଧ୍ୟା ୬ଟାରୁ ଏହି ସବୁ ରାଜ୍ୟଗୁଡିକର ଏକଜିଟ୍ ପୋଲ୍ ସାମ୍ନାକୁ ଆସିବ।

ଏହି ଏକଜିଟ୍ ପୋଲ୍ ଭିନ୍ନ ଭିନ୍ନ ଚ୍ୟାନେଲରେ ପ୍ରସାରଣ କରାଯିବ। ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମ ଆଜ ତକ ଏକଜିଟ୍ ପୋଲକୁ ଅପେକ୍ଷା କରୁଥିବା ଦର୍ଶକ ସନ୍ଧ୍ୟା ୬ଟାରୁ ଏହାର ପ୍ରସାରଣ ଦେଖି ପାରିବେ। ଏଥିରେ ଆପଣ ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ କାହାର ସରକାର ହେବାକୁ ଯାଉଛି ତାର ଅନୁମାନ କରି ପାରିବେ। ଉଲ୍ଲେଖନୀୟ ମତଦାନ ସମୟରେ ବୁଥରେ ଭୋଟରଙ୍କଠୁ ନିଆଯାଇଥିବା ରାୟ ଆଧାରରେ ଏକଜିଟ୍ ପୋଲ୍ ଜାରି କରାଯାଏ। ଏଥିରେ ସମସ୍ତ ପର୍ଯ୍ୟାୟର ମତଦାନ ସାମିଲ୍ ଥାଏ। ତେବେ ଏକଜିଟ୍ ପୋଲ୍ କେତେ ସତ୍ୟ ସାବ୍ୟସ୍ତ ହୁଏ, ଏହା ପ୍ରତ୍ୟେକ ନିର୍ବାଚନର ଫଳାଫଳକୁ ଦେଖିଲେ ଆପଣ ଜାଣି ପାରିବେ।

ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ, ନିର୍ବାଚନ ପ୍ରକ୍ରିୟା ସମୟରେ କୌଣସି ପ୍ରକାରର ଓପିନିୟନ ପୋଲ ଅଥବା ଏକଜିଟ୍ ପୋଲ ଜାରି କରାଯାଇ ପାରିବ ନାହିଁ। ଏମିତି କରିବା ନିୟମର ଉଲ୍ଲଂଘନ ହୋଇଥାଏ। ନିୟମ ଉଲ୍ଲଂଘନ କଲେ ମିଡିଆ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ହୋଇପାରେ।

Get real time updates directly on you device, subscribe now.