fbpx

ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅନନ୍ୟା ଅନୁପମାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରମେୟ, ନ୍ୟୁଜ ୭ ଏବଂ ପ୍ରାଚୀନ( ଶିକ୍ଷା ଓ ଅନୁସନ୍ଧାନ ୟୁନିଭର୍ସିଟି ) ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଯଶ ଅର୍ଜନ କରିଥିବା ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବିଭିନ୍ନ କ୍ଷେତ୍ରରେ କଠିନ ପରିଶ୍ରମ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ପ୍ରତିଭାବାନ ମହିଳାମାନଙ୍କୁ Woman Achievers of Odisha(WAO) ସମ୍ମାନରେ ସମ୍ମାନିତ କରାଯାଇଛି ।

ଭୁବନେଶ୍ୱରର ଏକ ହୋଟେଲରେ ଆଜି ବିଶ୍ୱ ମହିଳା ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି ଏକ ଭବ୍ୟ ସମାରୋହ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । Woman Achievers of Odisha(WAO) ସମ୍ମାନରେ ସମ୍ମାନିତ ହୋଇଛନ୍ତି ଓଡିଶାର ଅନେକ ପ୍ରତିଭାବାନ ମହିଳା । ଏହା ସହ ମହିଳାଙ୍କୁ ଦୁର୍ବଳା ଏବଂ ଅବଳା ମନେ କରୁଥିବା ସମାଜକୁ ଦେଇଛନ୍ତି ଏକ ଦିଗଦର୍ଶନ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ଦେଇ ଅନୁପମା ପଣ୍ଡା(ଅନନ୍ୟା ଅନୁପମା) ଏହି ସମ୍ମାନର ଅଧିକାରୀ ହୋଇଛନ୍ତି । ବିଭିନ୍ନ ସମୟରେ ଜରୁରୀକାଳୀନ ସେବା ଯୋଗାଇ ସେ ପାଲଟିଛନ୍ତି ଏକ ଉଦାହରଣ । ତାଙ୍କ ବ୍ୟତୀତ ଅନ୍ୟ କ୍ଷେତ୍ରରେ ନିଜ ପାରଦର୍ଶିତା ଦେଖାଇଥିବା ମହିଳାମାନେ ମଧ୍ୟ ସମ୍ମାନିତ ହୋଇଛନ୍ତି ।

Get real time updates directly on you device, subscribe now.