fbpx
BSKY
BJD SHG SKY
BJD MC SKY

ଡାଭିଡ ୱାର୍ଣ୍ଣରଙ୍କ ଡବଲ ମସ୍ତି: ପାକିସ୍ତାନ ବିପକ୍ଷ ଟେଷ୍ଟରେ ଗୀତର ତାଳେ ତାଳେ ନାଚି ଉଠିଲେ ୱାର୍ଣ୍ଣର

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଷ୍ଟାର ଖେଳାଳି ଦେଖିବାକୁ ମିଳିଛି ଡାଭିଡ ୱାର୍ଣ୍ଣରଙ୍କ ଜବରଦସ୍ତ ଡାନ୍ସ । ମ୍ୟାଚର ଶେଷ ଦିନରେ ରାୱଲପିଣ୍ଡି ମଇଦାନରେ ନିଜ ଡାନ୍ସର ଜଲୱା ଦେଖାଇଛନ୍ତି ୱାର୍ଣ୍ଣର । ଅଷ୍ଟ୍ରେଲିଆ ଟିମ ଫିଲ୍ଡିଙ୍ଗ କରୁଥିବା ସମୟରେ ପାକିସ୍ତାନୀ ଫ୍ୟାନ୍ସମାନଙ୍କ ଡିମାଣ୍ଡ ଅନୁସାରେ ଡାଭିଡ ୱାର୍ଣ୍ଣର ଆରମ୍ଭ କରିଥିଲେ ଡାନ୍ସ । ୱାର୍ଣ୍ଣରଙ୍କ ଏହି ଡାନ୍ସକୁ ଖୁବ ପସନ୍ଦ କରିଥିଲେ ପ୍ରଶଂସକ ।

ଡାଭିଡ ୱାର୍ଣ୍ଣରଙ୍କ ଏହି ଡାନ୍ସର ଭିଡିଓ ସୋଶଲ ମିଡିଆରେ ଶେୟର କରିଛି ଫକ୍ସ କ୍ରିକେଟ । କେବେଳ ସେତିକି ନୁହେଁ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଡାନ୍ସ ମଧ୍ୟ ଶେୟର କରାଯାଇଛି । ଉଭୟ ଖେଳାଳି ମଇଦାନରେ ଅନେକ ଥର ଡାନ୍ସ ସହ ମଜା କରୁଥିବା ଦେଖାଯାଆନ୍ତି । ବ୍ୟାଟିଙ୍ଗ ସମୟରେ ମଧ୍ୟ ଡାଭିଡ ୱାର୍ଣ୍ଣରଙ୍କ ଅନ୍ଦାଜ ଥିଲା ସମ୍ପୂର୍ଣ୍ଣ ଭିନ୍ନ । ଶାହୀନ ଶାହ ଆଫ୍ରିଦିଙ୍କଠୁ ଆରମ୍ଭ କରି ନସୀମ ଶାହ ପର୍ଯ୍ୟନ୍ତ ସମସ୍ତେ ୱାର୍ଣ୍ଣରଙ୍କୁ ସ୍ଳେଜ କରିବାକୁ ଚେଷ୍ୟା କରିଥିଲେ । କିନ୍ତୁ ୱାର୍ଣ୍ଣର ଚୁପ ରହି ସମସ୍ତଙ୍କୁ ହସି ହସି ଜବାବ ଦେଇଥିଲେ ।

 

View this post on Instagram

 

A post shared by Fox Cricket (@foxcricket)

Get real time updates directly on you device, subscribe now.