fbpx

ଦେଶରେ ୨୭ରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା

ନୂଆଦିଲ୍ଲୀ: ଦେଶରେ ଆସନ୍ତା ୨୭ ତାରିଖରୁ ଅନ୍ତର୍ଜାତୀୟ ପାସେଞ୍ଜର ବିମାନ ସେବା ଆରମ୍ଭ ହେବାକୁ ଯାଉଛି । କୋଭିଡ ପାଇଁ ବନ୍ଦ ଥିବା ସିଡ୍ୟୁଲ ପାସେଞ୍ଜର ବିମାନ ସେବା ଚାଲୁ ହେବ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ୍ ଅନୁସାରେ ନିୟମ ମାନି ଚାଲିବ ବିମାନ ।

ଏଥିସହିତ ମନ୍ତ୍ରଣାଳୟ କହିଛି ଯେ, ଅନ୍ତର୍ଜାତୀୟ ଯାତ୍ରା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କଡ଼ା ଗାଇଡଲାଇନ୍ ପାଳନ କରିବାକୁ ପଡିବ । ଏହାପୂର୍ବରୁ ଜାନୁଆରୀ ୧୯ ଓ ପୁଣି ଫେବୃଆରୀ ୨୮ ରେ ଦେଶରେ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନର ନିଲମ୍ବନକୁ “ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ” ବୃଦ୍ଧି କରାଯାଇଥିଲା ।

Get real time updates directly on you device, subscribe now.