fbpx

ପୌର ନିର୍ବାଚନରେ ଭୋଟ କିଣାବିକା ନେଇ ଅଭିଯୋଗ ଆଣିଲେ ସାଂସଦ; ମନ୍ତ୍ରୀ କହିଲେ ‘ଏଭଳି ଅଭିଯୋଗ ନକରି ନିଜ ଦଳର ଉନ୍ନତି ପାଇଁ କରନ୍ତୁ ଉଦ୍ୟମ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବହୁଛି ପୌର ନିର୍ବାଚନ ହାୱା । ତିନି ପ୍ରମୁଖ ମହାନଗର ନିଗମ ଏବଂ ଏନଏସି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୁଣି ବଢ଼ିଛି ନିର୍ବାଚନୀ ଉଷ୍ମତା । ସୋମବାର ପୌର ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ହେବ ପୌର ନିର୍ବାଚନ । ସେପଟେ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ଉପରେ ରହିଛି ସମସ୍ତଙ୍କ ନଜର । ମେୟର ପଦବୀ ହେଉ କିମ୍ବା କର୍ପୋରେଟର କେଉଁ ଦଳ ବାଜି ମାରିବ ତାହା ଉପରେ ରହିଛି ନଜର । ତିନି ପ୍ରମୁଖ ଦଳ ମେୟର ପ୍ରାର୍ଥୀ ଘୋଷଣା କରିଛନ୍ତି ।

ତେବେ ଏହାରି ମଧ୍ୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୋଟ କିଣାବିକାକୁ ନେଇ ଆଣିଛନ୍ତି ସଂଙ୍ଗୀନ ଅଭିଯୋଗ । ସାଂସଦ ଅଭିଯୋଗ କରିଛନ୍ତି ଯେ ପୌର ନିର୍ବାଚନ ପାଇଁ ଭୋଟ କିଣା ବିକା ଚାଲିଛି । ପ୍ରତି ଭୋଟ ପିଛା ୫୦୦ ରୁ ୧୦୦୦ ଟଙ୍କାରେ ବିକ୍ରି କରାଯାଉଛି । ଏନେଇ ତାଙ୍କ ପାଖରେ ଏକ ଭିଡିଓ ଥିବା ମଧ୍ୟ କହିଛନ୍ତି ସାଂସଦ । ଏହା ସହ ସାଂସଦ ବସ୍ତି ବାସିନ୍ଦାଙ୍କୁ ଭୋଟ ନ ବିକିବାକୁ ଅନୁରୋଧ କରିଛନ୍ତି । ସାଂସଦ କହିଛନ୍ତି ନିଜ ଭୋଟ ବିକ୍ରି ନକରି ଉପଯୁକ୍ତ ଲୋକଙ୍କ ବାଛନ୍ତୁ ।

ସେପଟେ ଏହି ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ସେ କହିଛନ୍ତି ଏହି ଅଭିଯୋଗ ଔଷଧ ବିକଳରେ ତାଟିଆ କାମୁଡ଼ିବା । ପଞ୍ଚାୟତ ନିର୍ବାଚନ ଫଳଫଳାକୁ ବରଦାସ୍ତ କରିପାରୁନାହଁନ୍ତି । ତେଣୁ ସାଂସଦ ଏଭଳି ଅଭିଯୋଗ କରୁଛନ୍ତି । ଏଭଳି ଅଭିଯୋଗ ନକରି ନିଜ ଦଳ କିପରି ଭଲ କରିବ ସେଥିପାଇଁ ଉଦ୍ୟମ କରନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.