fbpx

ନିର୍ବାଚନ କମିଶନଙ୍କ ଅଧିକାରୀ କରୁଛନ୍ତି ଇଭିଏମ ଟାମ୍ପରିଂ: ଭୋଟ ଗଣତି ପୂର୍ବରୁ ଅଭିଯୋଗ ଆଣିଲେ ଅଖିଳେଶ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ସରିଛି ସାଧାରଣ ନିର୍ବାଚନ ପାଇଁ ମତଦାନ । ଏବେ ୧୦ ତାରିଖରେ ଆସିବାକୁ ଥିବା ଫଳାଫଳକୁ ନେଇ ଅପେକ୍ଷା କରି ରହିଛନ୍ତି ସମସ୍ତେ । ନିର୍ବାଚନକୁ ନେଇ କରାଯାଇଥିବା ଏଗ୍ଜିଟ୍ ପୋଲ୍ ରେ ଉତ୍ତର ପ୍ରଦେଶରେ ପୁଣି ଥରେ ଭାଜପା ସରକାର ଆସିବାକୁ ଥିବା ନେଇ ସୂଚନା ମିଳୁଛି । ଏହାରି ମଧ୍ୟରେ ସମାଜବାଦୀ ପାର୍ଟୀ ମୁଖ୍ୟ ଅଖିଳେଶ ଯାଦବ ଆଣିଛନ୍ତି ଏକ ବଡ଼ ଅଭିଯୋଗ । ଅଖିଳେଶ ନିର୍ବାଚନ ଆୟୋଗ ଅଧିକାରୀଙ୍କ ଉପରେ ଇଭିଏମ ଟାମ୍ପରିଂ ନେଇ ଅଭିଯୋଗ ଆଣିଛନ୍ତି । ସେ ଆହୁରି କହଛନ୍ତି ଏଗଜିଟ୍ ପୋଲ କେବଳ ଧାରଣା ସୃଷ୍ଟି କରୁଛି ଯେ ଭାଜପା ଜିତିବାକୁ ଯାଉଛି ।

ଲକ୍ଷ୍ନୌରେ ପ୍ରେସମିଟକୁ ସମ୍ବୋନ୍ଧିତ କରିବା ସହ ସପା ମୁଖ୍ୟ ଅଖିଳେଶ ଯାଦବ କାର୍ଯ୍ୟକର୍ତ୍ତାଙ୍କୁ ସନ୍ଦେଶ ଦେଇଛନ୍ତି ଯେ ଯଦି ଭୋଟ ଦେଇଛନ୍ତି ତେବେ ଭୋଟକୁ ବଞ୍ଚାନ୍ତୁ । ଏବେ ତିନି ଦନ ଇଭିଏମକୁ ସୁରକ୍ଷା ଦେବାକୁ ପଡ଼ିବ । ସେ କହିଛନ୍ତି ଯେମିତି କୃଷକ ବସିଥିଲେ ସେମିତି କାର୍ଯ୍ୟକର୍ତ୍ତାଙ୍କୁ ବସିବାକୁ ପଡ଼ିବ । ଲୋକତନ୍ତ୍ରକୁ ବଞ୍ଚାଇବାକୁ  ସମସ୍ତଙ୍କୁ ଆଗକୁ ଆସିବାକୁ ପଡ଼ିବ ।

ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଅଖିଳେଶ ଯାଦବ କହିଛନ୍ତି  ଯେ ଏଗଜିଟ୍ ପୋଲ ଧାରଣା ଦେବାକୁ ଚାହୁଛି ଯେ ଉତ୍ତର ପ୍ରଦେଶରେ ବିଜେପି ସରକାର ଆସିବାକୁ ଚାହୁଛି । ଏହା ଲୋକତନ୍ତ୍ରର ଶେଷ ଲଢ଼େଇ । ଆଶାୟୀଙ୍କୁ ନକହି ଇଭିଏମ ନିଆଯାଉଛି । ସେ ଆହୁରି କହିଛନ୍ତି ଯଦି ଏହିଭଳି ଭାବରେ ବିନା ସୁରକ୍ଷାରେ କିପରି ନିଆଯାଉଛି ସେ କହିଛନ୍ତି ଯଦି ଏଭଳି ଭାବରେ ନିଆଯିବ ତେବେ ଆମକୁ ସତର୍କ ରହିବାକୁ ପଡ଼ିବ । ଆମକୁ ଆମ ଭୋଟ ବଞ୍ଚାଇବାକୁ ହେବ । ଅଯୋଧ୍ୟାରେ ସମାଜବାଦୀ ପାର୍ଟୀ ଜିତିବାକୁ ଯାଉଛି ଏଥିପାଇଁ ବିଜେପି ଡରୁଛି ବୋଲି କହିଛନ୍ତି  । ଅଖିଳେଶ ଦାବି କରିଛନ୍ତି ଯେ ନିର୍ବାଚନ ଆୟୋଗର ଅଧିକାରୀ ଇଭିଏମ ଟାମ୍ପରିଂ କରୁଛନ୍ତି ।

ଉଲ୍ଲେଖଯୋଗ୍ୟ, ସୋନଭଦ୍ରରେ ସପା ନେତା ଷ୍ଟ୍ରଙ୍ଗ ରୁମ ପରିସରକୁ ଯାଉଥିବା ଦୁଇଟି ସରକାରୀ ଗାଡ଼ିକୁ ଧରିଥିଲେ ଯେଉଁଥିରେ ଷ୍ଟାମ୍ପ ଏବଂ ଭୋଟବାକ୍ସ ରହିଥିଲା ।

Get real time updates directly on you device, subscribe now.