ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ବଢ଼ିବାରେ ଲାଗିଛି । ୟୁକ୍ରେନର କିଭ ଖାରକିଭ ଭଳି ସହରକୁ ଧ୍ୱଂସ କରିବାରେ ଲାଗିଛି ଋଷ । ଯୁଦ୍ଧ ଭୟରେ ଅନେକ ନାଗରିକ ଦେଶ ଛାଡ଼ି ପଡ଼ୋଶୀ ଦେଶରେ ଶରଣ ନେଉଛନ୍ତି । ୧୩ ଦିନରେ ପହଞ୍ଚିଛି ଯୁଦ୍ଧ । ତେବେ ଯୁଦ୍ଧର ବିଭୀଷିକା ଭିତରେ ଅନେକ ହୃଦୟସ୍ପର୍ଶୀ ଭିଡିଓ ସାମ୍ନାକୁ ଆସୁଛି । କେଉଁଠାରେ ସୈନିକ ଯୁଦ୍ଧ ମଧ୍ୟରେ ବିବାହ କରୁଛନ୍ତି ତ’ କେତେବେଳେ ୟୁକ୍ରେନବାସୀ ଋଷ ସୈନିକଙ୍କୁ ମଧ୍ୟ ସାହାଯ୍ୟ କରୁଥିବାର ଦେଖାଯାଉଛି । ଏହାରି ମଧ୍ୟରେ ଆଉ ଏକ ହୃଦୟସ୍ପର୍ଶୀ ଭିଡିଓ ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୟୁକ୍ରେନ ସୈନିକ ନିଜ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରୁଛନ୍ତି ଆଉ ଯାହା ଏବେ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ଭିଡିଓରେ ଏକ ଚେକ ପଏଣ୍ଟରେ ୟୁକେନ ସୈନିକ ଗାଡ଼ିକୁ ଅଟକାଉଛନ୍ତି ଆଉ ଗାଡ଼ିରେ ବସିଥିବା ୩ ଜଣ ସାଧାରଣ ନାଗରିକଙ୍କୁ ବାହାରକୁ ଆସି ପଛକୁ ବୁଲି ଠିଆ ହେବାକୁ କହୁଛନ୍ତି । ତେବେ ଯେତେବେଳେ ଅନ୍ୟ ସୈନିକମାନେ ସେମାନଙ୍କୁ କାର ଆଡ଼କୁ ମୁହଁ କରିବାକୁ କହୁଥିଲେ । ସେହି ସମୟରେ ଜଣେ ସୈନିକ ଆଣ୍ଠୁ ମାଡି଼ ବସିଥିଲେ ଏବଂ କାରରେ ଥିବା ଜଣେ ଯୁବତୀଙ୍କୁ ଏକ ମୁଦି ଏବଂ ପୁଷ୍ପ ଗୁଚ୍ଛ ଦେଇ ପ୍ରପୋଜ କରିଥିଲେ । ଆଉ ଏଥିରେ ଯୁବତୀ ଜଣକ ଉତଫୁଲ୍ଲିତ ହୋଇଯାଇଥିଲେ ଏବଂ ଖସିରେ ସୈନିକଙ୍କୁ କୁଣ୍ଢାଇ ପକାଇଥିଲେ । ପାଖରେ ଥିବା ସାଥୀ ସୈନିକମାନେ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ । ଆଉ ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଭିଡିଓ…
#Watch#Ukraine️ pic.twitter.com/4DeRtEgivM
— Geeta Mohan گیتا موہن गीता मोहन (@Geeta_Mohan) March 7, 2022