fbpx

ରାତିରେ ମହିଳା କର୍ମଚାରୀଙ୍କ ‘ଅଶ୍ଲୀଳ ଫିଲ୍ମ’ ଦେଖିଲା ମାଲିକ: ସକାଳେ ଅଫିସରେ କଲା ଏପରି କାମ

ଅଫିସରେ କାମ କରୁଥିବା ଜଣେ ମହିଳାଙ୍କ ସହ ଏପରି କିଛି ଘଟିିଛି, ଯାହାକୁ ଶୁଣି ପୁରା ଅଫିସ ଆଶ୍ଚର୍ଯ୍ୟ ଚିକତ ହୋଇଛନ୍ତି । ସୂଚନା ଅନୁସାରେ, କମ୍ପାନୀର ମାଲିକ ଘରକୁ ଯିବା ପରେ ଇଣ୍ଟରନେଟ ଚଳାଉଥିଲେ । ଏହି ସମୟରେ ତାଙ୍କୁ ଅଫିସରେ କାମ କରୁଥିବା ମହିଳା କର୍ମଚାରୀଙ୍କ ଏକ ପର୍ଣ୍ଣ ଫିଲ୍ମ ଦେଖିବାକୁ ମିଳିଥିଲା, ଯାହାକୁ ଦେଖି ତାଙ୍କ ହୋସ୍ ଉଡ଼ିଗଲା । ଏହା ପରଦିନ ଯେବେ ମହିଳା କର୍ମଚାରୀ ଅଫିସ୍ ଆସିଲେ ସେବେ ମାଲିକ କିଛି ଏପରି କରିଦେଲେ, ଯେଉଁଥିରେ ମହିଳା କର୍ମଚାରୀଙ୍କ ଅବସ୍ଥା ଖରାପ ହୋଇଥିଲା ।

ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆର ବ୍ରିସବେନରେ ରହୁଥିବା ୨୫ ବର୍ଷିୟ ଏନାବେଲ ନାଇଟ୍ ସହରର ଏକ ମାର୍କେଟିଂ କମ୍ପାନୀରେ କାମ କରୁଥିଲେ । ଅଫିସରେ ସେ ବହୁତ ଭଲ କାମ କରୁଥିଲେ ଏବଂ ମାଲିକ ମଧ୍ୟ ତାଙ୍କ କାମରେ ବହୁତ ଖୁସି ଥିଲେ । ଦିନେ ଅଫିସ୍ ସରିବା ପରେ ମାଲିକ ଘରେ ପହଞ୍ଚିଥିଲେ । ଇଣ୍ଟରନେଟରେ କିଛି ସର୍ଚ୍ଚ କରୁଥିବା ସମୟରେ ତାଙ୍କୁ ଏନାବେଲଙ୍କ କିଛି ‘ଅଶ୍ଲୀଳ’ ଫିଲ୍ମ ନଜର ଆସିଥିଲା । ଆଡଲ୍ଟ

ଏନାବେଲାଙ୍କ ଅଶ୍ଲୀଳ ଫିଲ୍ମକୁ ଦେଖିବା ପରେ ମାଲିକଙ୍କ ହୋସ୍ ଉଡ଼ିଯାଇଥିଲା । ତାଙ୍କ ସହ କାମ କରୁଥିବା ଯୁବତୀ ଆଡଲ୍ଟ ସାଇଟ OnlyFansରେ ନିଜର ଅଶ୍ଲୀଳ ଫଟୋ ଓ ଭିଡିଓ ପୋଷ୍ଟ କରି ଟଙ୍କା ରୋଜଗାର କରୁଥିବା ବୋଲି ସେ ବିଶ୍ୱାସ କରିପାରୁନଥିଲେ । ଏହା ପରେ ଆଗାମୀ ଦିନ ମହିଳା କର୍ମଚାରୀ ଅଫିସରେ ପହଞ୍ଚିବା ପରେ ମାଲିକ ତାଙ୍କୁ ନିଜ ରୁମକୁ ଡାକିଥିଲେ । ଏହା ପରେ କିଛି ବି ପଚରାଉଚରା ନକରି ତାଙ୍କୁ ଚାକିରିରୁ ବାହାର କରିଥିଲେ ।

aa

ତେବେ ଏନାବେଲାଙ୍କ କହିବା ମୁତାବକ, ସେ କେବେ ବି ନିଜ ଆଡଲ୍ଟ ସାଇଟ ବିଷୟରେ କାହାକୁ କହିନଥିଲେ । ନିଜ ଅଫିସରେ ବି ସେ ଏହାକୁ ନେଇ କୌଣସି ଚର୍ଚ୍ଚା କରିନଥିଲେ । ତାଙ୍କ ମାଲିକଙ୍କ ସହ କିଏ ଏବିଷୟରେ କଥା ହୋଇଥିବ ନଚେତ୍ କିଏ ଫଟୋ ପଠାଇଥିବା ନେଇ ଏନାବେଲା ସନ୍ଦେହ କରୁଛନ୍ତି । ତାଙ୍କ ବସ୍ ବା ମାଲିକ ନିଶ୍ଚିତ ଆଡଲ୍ଟ ସାଇଟ OnlyFansକୁ ସବସ୍କ୍ରାଇବ୍ କରିଥିବେ । ସେ ଚାକିରି ସହିତ ସାଇଟ୍ ବିଜନେସ୍ ଜରିଆରେ ଟଙ୍କା ରୋଜଗାର କରନ୍ତି, ଯାହା ବିଷୟରେ ସେ ଅଫିସରେ କାହାକୁ କହିନାହାନ୍ତି । ଏନାବେଲା ନିଜ ସହିତ ହୋଇଥିବା ଘଟଣା ବିଷୟରେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । OnlyFans ସାଇଟ ମାଧ୍ୟମରେ ଗୋଟିଏ ଦିନରେ ୫୦ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଥିବା ସେ କହିଛନ୍ତି ।

 

Get real time updates directly on you device, subscribe now.