ଆମ୍ବଠାରୁ ଆହୁରି ଲାଭଦାୟକ ହୋଇଥାଏ ପତ୍ର: ଶରୀରର ଏହିସବୁ ଅସୁବିଧାରୁ ଦିଏ ମୁକ୍ତି

ନୂଆଦିଲ୍ଳୀ: ଆମ୍ବ ସମସ୍ତଙ୍କର ପସନ୍ଦ । ସୁସ୍ୱାଦୁ ସହିତ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ ଏହି ଫଳ । ବିଭିନ୍ନ ଔଷଧୀୟ ଗୁଣରେ ଭରପୂର ହୋଇଥାଏ ଆମ୍ବ । ତେବେ କେବଳ ଆମ୍ବ ନୁହେଁ ଆମ୍ବ ପତ୍ର ମଧ୍ୟ ଆମର ଖୁବ କାମରେ ଆସିପାରେ । ଏହାର ଅନେକ ଗୁଣ ରହିଛି । ଯାହା ସ୍ୱାସ୍ଥ୍ୟ ସହିତ ଚର୍ମ ଏବଂ କେଶ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଆମ୍ବପତ୍ରରେ ଭିଯାମିନ ଏ, ଭିଟାମିନ ବି ଏବଂ ଭିଟାମିନ ସି ଭଳି ପୁଷ୍ଟିକର ତତ୍ତ୍ୱ ରହିଥାଏ । ଆମ୍ବପତ୍ର କେଶ ଝଡିବା ଏବଂ ବିଭିନ୍ନ ଚର୍ମରୋଗ ସମସ୍ୟାରୁ ମୁକ୍ତି ଦେଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଉପାୟରେ ଆମ୍ବପତ୍ର ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ ।

ଚର୍ମର ପୋଡିବା ଏବଂ ଶୁଷ୍କତା:

ଆମ୍ବପତ୍ରର ଅନେକ ବିଶେଷତ୍ୱ ରହିଛି । ଏହାର ବ୍ୟବହାରରେ ଚର୍ମର ପୋଡିବା ଏବଂ ଶୁଷ୍କତା ଇତ୍ୟାଦିକୁ ଦୂର କରିଥାଏ । ଏଥିପାଇଁ ଆମ୍ବପତ୍ରକୁ ଜାଳି ପ୍ରଭାବିତ ସ୍ଥାନରେ ଏହାର ପାଉଁଶ ଲଗାନ୍ତୁ । ଜଳାପୋଡା ହେଉଥିବା ସ୍ଥାନରେ ଏହାର ପାଉଁଶ ଲାଗାଇଲେ ଏଥିରମ୍ମୁକ୍ତି ମିଳେ । ଏହା ସହିତ ଚର୍ମର ଶୁଷ୍କତା ମଧ୍ୟ ଦୂର ହୋଇଥାଏ ।

ଫେସ ମାସ୍କ:

ଆମ୍ବପତ୍ର ଦ୍ୱାରା ଏକ ଫେସ ମାସ୍କ ମଧ୍ୟ ତିଆରି କରାଯାଇ ପାରିବ । ଏଥିପାଇଁ ୪-୫ ଆମ୍ବପତ୍ର ନିଅନ୍ତୁ, ଏହାକୁ ଗ୍ରାଇଣ୍ଡିଂ କରିବା ପରେ ଏଥିରେ ଗୋଟିଏ ଚାମଚ ମହୁ ମିଶାନ୍ତୁ । ଏହି ପେଷ୍ଟକୁ ବର୍ତ୍ତମାନ ଆପଣଙ୍କ ଚେହେରାରେ ଲଗାନ୍ତୁ ଏବଂ କିଛି ସମୟ ପରେ ଥଣ୍ଡା ପାରିରେ ମୁହଁ ଧୋଇ ନିଅନ୍ତୁ । ସପ୍ତାହରେ ଦୁଇ ଥର ଏହାକୁ ମୁହଁରେ ଲଗାନ୍ତୁ ।

କେଶ:

ଆମ୍ବପତ୍ରରେ ଭିଟାମିନ-ଏ ଏବଂ ସି ପ୍ରଚୁର ପରିମାରରେ ରହିଥାଏ । ତେବେ ଯଦି ଏହାକୁ ସଠିକ ଭାବରେ ବ୍ୟବହାର କରାଯାଏ, ତେବେ କେଶର ବୃଦ୍ଧି ହୋଇପାରିବ । ଏଥିପାଇଁ ପତ୍ରକୁ ଗ୍ରାଇଣ୍ଡିଂ କରି ଏହାର ପେଷ୍ଟ ବନାନ୍ତୁ ଏବଂ ଏହାକୁ ଚୁଟିରେ ଏବଂ ସ୍କାଲପରେ ଲଗାନ୍ତୁ । ୧୫ ମିନିଟ ପରେ ସାମ୍ପୂ ସହିତ କେଶକୁ ଧୋଇ ନିଅନ୍ତୁ । ଏହା ଲଗାଇବା ଦ୍ୱାରା କେଶର ରଙ୍ଗ ଉନ୍ନତ ହେବା ସହିତ ଚୁଟି ମୂଳକୁ ମଧ୍ୟ ମଜବୁତ କରିଥାଏ ।