fbpx

ମହଙ୍ଗା ପଡିବ ମାଗଣା WiFi: ଏମିତି ଟାର୍ଗେଟ କରିପାରନ୍ତି ସାଇବର ଲୁଟେରା

ନୂଆଦିଲ୍ଲୀ: ଦିନକୁ ଦିନ ଦେଶ ଡିଜିଟାଲ ଯୁଗ ଆଡ଼କୁ ଗତି କରୁଛି । ଆଜି କାଲି ପ୍ରତିଟି କାମ ମୋବାଇଲ୍ ଫୋନ୍ ସାହାଯ୍ୟରେ ହୋଇଯାଉଛି । ଖାଇବା ଅର୍ଡର୍ କରିବା ଠାରୁ ଆରମ୍ଭ କରି ହେୟାର୍ କଟ୍ ପର୍ଯ୍ୟନ୍ତ ସବୁ କାମ ମୋବାଇଲ୍ ସହାୟତାରେ ଖୁବ୍ ସହଜରେ ହୋଇପାରୁଛି । ତେବେ ଏହିସବୁ କାମ ପାଇଁ ଉପଯୁକ୍ତ ଇଣ୍ଟରନେଟ୍ କନେକ୍ସନ୍ ର ଆବଶ୍ୟକତା ରହିଛି । ବର୍ତ୍ତମାନ ଇଣ୍ଟରନେଟ୍ ପ୍ରତିଟି ଲୋକ ବ୍ୟବହାର କରୁଥିବା ବେଳେ ଏହା ଶସ୍ତା ହେବାରେ ଲାଗିଛି । ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ ମାଗଣା ୱାଇଫାଇ ମଧ୍ୟ ଉପଲବ୍ଧ କରାଯାଉଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସାମୁହିକ ସ୍ଥାନରେ ଫ୍ରୀ ୱାଇଫାଇର ସୁବିଧା ଦିଆଯାଉଛି । ହେଲେ ଏହି ମାଗଣା ଇଣ୍ଟରନେଟ୍ ସୁବିଧା କେତେ ସୁରକ୍ଷିତ କେବେ ଭାବିଛନ୍ତି କି? ହଁ, ଦୁନିଆ ଯେତେ ଡିଜିଟାଲ୍ ହେଉଛି ସେତିକି ପରିମାଣରେ ଅନଲାଇନ୍ ଠକେଇ ମଧ୍ୟ ବଢ଼ିଚାଲିଛି ।

ଏହି ଅନଲାଇନ୍ ଠକ ମାନେ ଫ୍ରୀ ୱାଇଫାଇ୍ ରୁ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରୁଛନ୍ତି । ଏହି ଫ୍ରୀ ୱାଇଫାଇକୁ ଆପଣ ମାନେ ଯେତେ ସୁରକ୍ଷିତ ଭାବୁଛନ୍ତି ଏହା ସେତିକି ପରିମାଣରେ ସୁରକ୍ଷିତ ନୁହେଁ । ଏହାଦ୍ୱାରା ଆପଣଙ୍କ ପର୍ସନାଲ୍ ଡାଟା ହ୍ୟାକ୍ ହୋଇପାରେ । ହ୍ୟାକର୍ ମାନେ ଆଜିକାଲି ପବ୍ଲିକ୍ ୱାଇଫାଇକୁ ଟାର୍ଗେଟ କରୁଛନ୍ତି । ଫ୍ରୀ ୱାଇଫାଇ ଅଧିକାଂଶ ଏୟାରପୋର୍ଟ, ରେଳ ଷ୍ଟେସନ୍, ରେଷ୍ଟୁରାଣ୍ଟ୍, ହୋଟେଲ୍ ଆଦି ସ୍ଥାନରେ ଉପଲବ୍ଧ କରାଯାଇଥାଏ । ହେଲେ ଏହାର ବ୍ୟବହାର ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । କାରଣ ହ୍ୟାକର୍ ମାନେ ଏହାର ଫାଇଦା ଉଠାଇ ଆପଣ ମାନଙ୍କର ବ୍ୟକ୍ତିଗତ ତଥ୍ୟ ଯେପରିକି ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ଭଳି ତଥ୍ୟ ଚୋରି କରନ୍ତି ।

ମାଗଣା ୱାଇ-ଫାଇ ଦ୍ୱାରା ହେଉଥିବା ହ୍ୟାକିଂ ବିଷୟରେ ଅନେକ ବ୍ୟାଙ୍କ ଏବଂ ସରକାର ଲୋକଙ୍କୁ ଅନେକ ଥର ସଚେତନ କରାଇଛନ୍ତି। ମାଗଣା ପବ୍ଲିକ୍ ୱାଇ-ଫାଇ ମାଧ୍ୟମରେ କୌଣସି ପ୍ରକାର ବ୍ୟାଙ୍କିଙ୍ଗ କାର୍ୟ୍ୟକଳାପ ନକରିବାକୁ ବ୍ୟାଙ୍କମାନେ ସେମାନଙ୍କ ଗ୍ରାହକମାନଙ୍କୁ ଚେତାବନୀ ଦେଇଛନ୍ତି। ମାଗଣା ପବ୍ଲିକ୍ ୱାଇ-ଫାଇ ସାହାଯ୍ୟରେ ଆପଣଙ୍କର ପାସୱାର୍ଡ ଗୁଡ଼ିକୁ ସେଭ୍ କରନ୍ତୁ ନାହିଁ । ବିଶେଷ ଧ୍ୟାନ ରଖିବା ଆବଶ୍ୟକ ଯେ କୌଣସି ମାଗଣା ପବ୍ଲିକ୍ ୱାଇ-ଫାଇ ସହିତ ସଂଯୋଗ ହେବା ପୂର୍ବରୁ ଏହାର ନିର୍ଭରଯୋଗ୍ୟତାକୁ ଭଲ ଭାବରେ ଯାଞ୍ଚ କରନ୍ତୁ ।

Get real time updates directly on you device, subscribe now.