ରୁଷର ବୋମାମାଡ଼ରେ ୟୁକ୍ରେନର ୨୮୦ ଶିକ୍ଷାନୁଷ୍ଠାନ ଧ୍ୱଂସ

କିଭ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ରୁଷୀୟ ସୈନ୍ୟ ଦ୍ୱାରା ୟୁକ୍ରେନର ୨୮୦ଟି ଶିକ୍ଷାନୁଷ୍ଠାନ ଧ୍ୱଂସ ହୋଇଛି । ରୁଷ ସୈନ୍ୟଙ୍କ ବୋମାମାଡ଼ରେ ୨୮୦ଟି ଶିକ୍ଷାନୁଷ୍ଠାନ ଧ୍ୱଂସ ହୋଇଥିବା ଜଣାପଡିଛି । ଦେଶର ୨୮୦ଟି ଶିକ୍ଷାନୁଷ୍ଠାନ ଧ୍ୱଂସ ହୋଇଥିବା ୟୁକ୍ରେନ କହିଛି । ସୈନ୍ୟଙ୍କ ଅପେକ୍ଷା ଅଧିକ ନାଗରିକଙ୍କ ମ୍ୟତ୍ୟୁ ହୋଇଥିବା ୟୁକ୍ରେନ କହିଛି ।

ଅନ୍ୟପଟେ ରୁଷିଆ ସହ ଯୁଦ୍ଧ ପାଇଁ ୟୁକ୍ରେନକୁ ସୈନ୍ୟ ପଠାଇବନି ଆମେରିକା । ଆମେରିକା କୌଣସି ସୈନ୍ୟ ପଠାଇବନି ସ୍ପଷ୍ଟ କରିଛି ହ୍ୱାଇଟ୍ ହାଉସ୍ । ହ୍ୱାଇଟ୍ ହାଉସର କହିବା ମୁତାବକ, ‘ରୁଷିଆ ସହ ଯୁଦ୍ଧ ପାଇଁ ମିଲିଟାରୀ ଟ୍ରୁପ ପଠାଇବା ଆମର ଉଦ୍ଦେଶ୍ୟ ନାହିଁ । ୟୁକ୍ରେନ-ରୁଷିଆ ଯୁଦ୍ଧ କିଭଳି ରୋକାଯିବ, ତାହା ଆମର ଲକ୍ଷ୍ୟ ।’