fbpx

ଚତୁର୍ଥୀ ରାତିରେ ମିଳିଲା ପତ୍ନୀଙ୍କ ଦୁଷ୍କର୍ମ ଭିଡିଓ: ତା’ ପରେ ଏମିତି କାମ କରିଲେ ସ୍ୱାମୀ

ନୂଆଦିଲ୍ଳୀ: ହରିୟାଣାର ପଲବଲରୁ ସାମନାକୁ ଆସିଛି ଏକ ଅଭାବନୀୟ ଘଟଣା । ଦମ୍ପତ୍ତିଙ୍କ ବିବାହର ଚତୁର୍ଥୀ ଦିନ ରାତିରେ ସ୍ୱାମୀଙ୍କୁ ମିଳିଛି ସ୍ତ୍ରୀଙ୍କର ଦୁଷ୍କର୍ମର ଭିଡିଓ । ଏହାପରେ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡିତା । ପୋଲିସ ବିଭିନ୍ନ ଧାରାରେ ୩ ମହିଳା ସମେତ ୫ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ପୀଡିତାଙ୍କ ବିବାହ ୬ ମାର୍ଚ୍ଚରେ ଫରିଦାବାଦର ଯୁବକଙ୍କ ସହ ହୋଇଥିଲା । ତେବେ ବିବାହ ଦିନ ରାତିରେ ପତିଙ୍କ ନିକଟକୁ ଆସିଥିଲା ପୀଡିତାଙ୍କ ଦୁଷ୍କର୍ମର ଏକ ଭିଡିଓ । ଭିଡିଓକୁ ଦେଖିବା ପରେ ଯୁବକ ଜଣକ ପୀଡିତାଙ୍କୁ ଗ୍ରହଣ କରିନଥିଲେ । ତେଣୁ ମହିଳା ଏବେ ଶାଶୁଘର ପରିବର୍ତ୍ତେ ବାପଘରେ ରହିଛନ୍ତି । ଗତ ୨୦୨୧ ଅକ୍ଟୋବରରେ ଘରେ ଏକା ଥିବା ଦେଖି ସଚିନ ଏବଂ ଅନ୍ୟଜଣେ ଯୁବକ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ତେବ ଏହି ସମୟରେ ସଚିନର ସାଥୀ ଏହି ଦୁଷ୍କର୍ମର ଭିଡିଓ କରି ନେଇଥିଲେ ଏବଂ କାହାକୁ ଏ ବିଷୟରେ ଜଣାଇଲେ ପରିବାରକୁ ମାରିବା ସହିତ ଭିଡିଓ ଇଣ୍ଟରନେଟରେ ଅପଲୋଡ କରିଦେବା ନେଇ ମଧ୍ୟ ଧମକ ଦେଇଥିଲେ ।

କିନ୍ତୁ ପୀଡିତାଙ୍କର ଅନ୍ୟ ଏକ ସ୍ଥାନରେ ବିବାହ ହୋଇଯିବାରୁ ସଚିନ ଏବଂ ଅନ୍ୟ ଅଭିଯୁକ୍ତ ମହିଳାଙ୍କ ସ୍ୱାମୀଙ୍କ ନିକଟକୁ ଏହି ଭିହିଓ ପଠାଇ ଦେଇଥିଲେ । ଭିଡିଓ ଦେଖିବା ପରେ ଯୁବକ ଜଣକ ମହିଳାଙ୍କୁ ବାପଘରେ ଛାଡି ଗ୍ରହର କରିବା ପାଇଁ ମନା କରି ଦେଇଛନ୍ତି । ଏହାପରେ ପୀଡିତା ମହିଳା ଥାନାର ଦ୍ୱାରସ୍ଥ ହୋଇ ସଚିନ ଏବଂ ସାଥୀଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ବିଭିନ୍ନ ମାମଲାରେ ସଚିନ ଏବଂ ଅନ୍ୟମାନଙ୍କ ବରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

Get real time updates directly on you device, subscribe now.