fbpx
BSKY
BJD MC SKY
BJD YOUTH SKY

ଉତ୍ତର ପ୍ରଦେଶରେ ସରକାର ଗଠନ ପାଇଁ ପ୍ରସ୍ତୁତ ବିଜେପି: ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କଲେ ଯୋଗୀ, ଦେଖନ୍ତୁ Video

ନୂଆଦିଲ୍ଳୀ: ଉତ୍ତର ପ୍ରଦେଶରେ ଇତିହାସ ରଚିଥିବା ବିଜେପି ସରକାର ଗଠନ କରିବା ପାଇଁ ସଜବାଜ ହୋଇଛି । ୫ ବର୍ଷ ପୂରଣ କରିବା ପରେ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛନ୍ତି ଯୋଗୀ ଆଦିତ୍ୟନାଥ । ସରକାର ଗଠନ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଶୁକ୍ରବାର ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କୁ ଭେଟିଛନ୍ତି । ରାଜ୍ୟପାଳଙ୍କୁ ଭେଟିବା ସହିତ ଯୋଗୀ ନିଜର ଇସ୍ତଫା ପ୍ରଦାନ କରିଥିଲେ ।

ନିର୍ବାଚନରେ ଅଦ୍ଭୂତପୂର୍ବ ବିଜୟ ପରେ ଯୋଗୀ ଶୁକ୍ରବାର ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କୁ ଭେଟିଥିଲେ । ଗାନ୍ଧୀ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଯୋଗୀ ରାଜ୍ୟପାଳଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ଏହା ସହିତ ରାଜ୍ୟପାଳ ଏକ ଉତ୍ତରୀୟ ଦେଇ ଯୋଗୀଙ୍କୁ ସମ୍ମାନିତ କରିଥିଲେ । ଶେଷରେ ଯୋଗୀ ରାଜ୍ୟପାଳଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଯୋଗୀ ଆଦିତ୍ୟନାଥ ଆସନ୍ତା ୧୫ ତାରିଖରେ ଇସ୍ତଫା ପ୍ରଦାନ କରିପାରନ୍ତି ।

Get real time updates directly on you device, subscribe now.