fbpx

ନିର୍ବାଚନ ପରେ ବଢୁଛି ଆକ୍ରମଣ: ରାଜ୍ୟର ଦୁଇଟି ସ୍ଥାନରେ ନବ ନିର୍ବାଚିତ ସମିତି ସଭ୍ୟା ଅପହୃତ

ଭୁବନେଶ୍ୱର: ସରିଲା ନିର୍ବାଚନ, କିନ୍ତୁ ଏଯାଏଁ ସରିଲାନି ଗୋଷ୍ଠି କନ୍ଦୋଳ । ନିର୍ବାଚନ ଫଳାଫଳ ଘୋଷଣା ପରେ ବିଜୟୀ ପ୍ରାର୍ଥୀଙ୍କ ଉପରେ ଚାଲିଛି ଆକ୍ରମଣର ପର୍ବ । ସବୁର୍ଣ୍ଣପୁର ଏବଂ ଜଗତସିଂହପୁରରେ ଏହି ଘଟଣାର ପୁନରାବୃତ୍ତି ଘଟିଛି । ବୌଦ୍ଧ-ସୋନପୁର ରାସ୍ତାର ସିଙ୍ଗାରୀ ନିକଟରେ ସମିତି ସଭ୍ୟାଙ୍କ ଗାଡିକୁ ଗୁଳି ମାରିବା ସହିତ ୨ ଜଣଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଗାଡିରେ ସୁନ୍ଦରଗଡ ବାଲିଶଙ୍କରା ବ୍ଲକର ସମିତିସଭ୍ୟାଙ୍କୁ ନେଇ ଯାଉଥିବା ସୂଚନା ମିଳିଛି ।

ଆସନ୍ତାକାଲିର ଅଧକ୍ଷ ନିର୍ବାଚନ ପାଇଁ ବାଲିଶଙ୍କରା ଫେରୁଥିଲେ ସମିତିସଭ୍ୟା । ଫେରିବା ବାଟରେ ସିଙ୍ଗାରୀ ନିକଟରେ ତାଙ୍କ ଗାଡିକୁ ଅଟକାଇ ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ କରିଥିଲେ । ଏହାସହିତ ଗାହି ଭଙ୍ଗାରୁଜା ମଧ୍ୟ କରିବା ପରେ ସମିତି ସଭ୍ୟାଙ୍କ ସମେତ ଭାଇ ଓ ଦିଅରଙ୍କୁ ଅପହରଣ କରି ନେଇଛନ୍ତି ଏହି ଦୁର୍ବୃତ୍ତ । ତେବେ ସବୁଠୁ ବଡ ଘଟଣା ହେଉଛି ଦୁର୍ବୃତ୍ତ ଆସିଥିବା ଗାଡିରେ ଜଣେ ପୂର୍ବତନ ବିଧାୟକ ଥିବା ନେଇ ସୂଚନା ମିଳିଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ଏହାର ଏକ ଅନୁରୂପ ଘଟରା ଜଗତସିଂହପୁରରେ ମଧ୍ୟ ଦେଖିବାକୁ ମିଳିଛି । ଜଗତସିଂହପୁର ତିର୍ତ୍ତୋଲ ବ୍ଲକ ଅଞ୍ଚଳର ତରଜଙ୍ଗାର ସମିତି ସଭ୍ୟାଙ୍କ ଗାଡିକୁ ଗୁଳିମାଡ କରିବା ସହ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ସମିତି ସଭ୍ୟାଙ୍କୁ ଗୁରୁବାରୀ ମୁର୍ମୁଙ୍କୁ ଅପହରଣ କରାଯାଇଥିବା ବେନଇ ବାପା ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଗୁରୁବାରୀଙ୍କୁ ଗତ ୯ ତାରିଖରୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । ତେବେ ଏମିତି କର୍ମୀମାନଙ୍କୁ ଏମିତି ଆକ୍ରମଣ ଏବଂ ଅପହରଣ ଘଟଣା ଓଡିଶା ପୋଲିସ ଏବଂ ଏହାର ଦକ୍ଷତା ଉପରେ ଆଙ୍ଗୁଠି ଉଠାଇଛି ।

Get real time updates directly on you device, subscribe now.