fbpx
BSKY
BJD SHG SKY
BJD YOUTH SKY

ପୁଣି ବଢିଲା କରୋନା ଭୟ: ଚୀନରେ କରୋନା ବିସ୍ଫୋରଣ ପରେ ଏହି ସହରରେ ଲକଡାଉନ ଘୋଷଣା

ନୂଆଦିଲ୍ଳୀ: ଚୀନରେ ପୁଣି ଫେରୁଛି କରୋନା ମହାମାରୀ । ସଂକ୍ରମଣରେ ହଠାତ ବୃଦ୍ଧିକୁ ନେଇ ଚିନ୍ତାରେ ପଡିଛନ୍ତି ସରକାର । ତେଣୁ ଆଜିଠୁ ଲକଡାଉନ ନିୟମ ପୁଣିଥରେ ଲାଗୁ କରାଯାଇଛି । ୯୦ ଲକ୍ଷ ଜନବସତି ଏହି ସହରରେ ପୁଣି ଘୋଷଣା ହୋଇଛି ଲକଡାଉନ ସ୍ଥିତି ।

ଚୀନକୁ ପୁଣିଥରେ ଡରାଉଛି କରୋନା ମହାମାରୀ । ହଠାତ ଭୂତାଣୁ ସଂକ୍ରମଣରେ ବୃଦ୍ଧି ପାଇଛି ସଂଖ୍ୟା । ଫଳରେ ସରକାର ଚାଙ୍ଗଚୁନ ସହରରେ ଲକଡାଉନ ଘୋଷଣା କରିଛନ୍ତି, ଯେଉଁଠାରେ ଜନସଂଖ୍ୟା ରହିଛି ୯୦ ଲକ୍ଷରୁ ଅଧିକ । ଲୋକମାନଙ୍କୁ ଗରେ ରହିବା ସହ ମାସ ଟେଷ୍ଟିଙ୍ଗ କରିବା ପାଇଁ ଆଦେଶ ଜାରି କରାଯାଇଛି । ସେହିପରି ଅନାବଶ୍ୟକ ବ୍ୟାପାର ବାଣିଜ୍ୟ ସହିତ ପରିବହନ ବ୍ୟବସ୍ଥାରେ ମଧ୍ୟ କଟକଣା ଲଗାଇଛନ୍ତି ସରକାର । ଏଠାକାର ବାସିନ୍ଦାମାନଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ବିନା କାରଣରେ ବାହାରକୁ ଯିବା ପାଇଁ ବାରଣ କରାଯାଇଛି । ଗୋଟିଏ ଦିନରେ ଦେଶବ୍ୟାପୀ ମୋଟ ୩୯୭ ମାମଲା ଚିହ୍ନଟ ହୋଇଛନ୍ତି ।

ତେବେ ଚାଙ୍ଗଚୁନ ସହରର ମାତ୍ର ଦୁଇଟି ସ୍ତାନରୁ କରୋନା ସଂକ୍ରମଣ ଚିହ୍ନଟ ହୋଇଛି ଯାହା ଉପରେ ଲକଡାଉନ ଘୋଷଣା କରିଛନ୍ତି ସରକାର । ଫେବୃୟାରୀ ଶେଷ ପର୍ଯ୍ୟନ୍ତ ୧.୪ ଆରବ ଜନସଂଖ୍ୟାରୁ ପ୍ରାୟ ୮୭% ଲୋକଙ୍କୁ ଟୀକାକରଣ ହୋଇ ସାରିଛି । ଏହା ସହିତ ୪୦% ଲୋକ ବୁଷ୍ଟର ଡୋଜ ମଧ୍ୟ ଗ୍ରହଣ କରି ସାରିଛନ୍ତି ।

Get real time updates directly on you device, subscribe now.