fbpx

ରାଜଧାନୀର ବସ୍ତିରେ ଅଗ୍ନିକାଣ୍ଡ, ୭ ମୃତ

ନୂଆଦିଲ୍ଲୀ: ବିଳମ୍ବିତ ରାତିରେ ଦିଲ୍ଲୀର ଗୋକୁଳପୁରୀର ଏକ ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି । ଏହି ଅଗ୍ନିକାଣ୍ଡରେ ୩୦ରୁ ଅଧିକ ଘର ପୋଡି ପାଉଁଶ ହୋଇଯାଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଅଗ୍ନିକାଣ୍ଡ ନେଇ ଉତ୍ତରପୂର୍ବ ଦିଲ୍ଲୀର ଆଡିସନାଲ୍ ଡିସିପି ସୂଚନା ଦେଇଛନ୍ତି । ଶନିବାର ରାତି ୧ଟାରେ ଅଗ୍ନିଶମ ବାହିନୀ ଅଗ୍ନିକାଣ୍ଡର ସୂଚନା ପାଇଥିଲେ । ପ୍ରାୟ ୧୩ଟି ଫାୟାର୍ ବ୍ରିଗେଡ୍ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ନିଆଁ ଲିଭାଇଥିଲା । ହେଲେ ଘଣ୍ଟାଟ ମଧ୍ୟରେ ୩୦ରୁ ଅଧିକ ଘର ଭସ୍ମ ହୋଇଯାଇଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଅଗ୍ନିକାଣ୍ଡରେ ଶିକାର ହୋଇଥିବା ଲୋକଙ୍କୁ ଭେଟିବେ ବୋଲି କହିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ କରାଯାଇନାହିଁ ।

Get real time updates directly on you device, subscribe now.