ୟୁପି ନର୍ବାଚନରେ ହାରିଲେ ୨୨୩ ରୁ ଅଧିକ ମୁସଲିମ ପ୍ରାର୍ଥୀ: ସମସ୍ତେ ଥିଲେ ବସପା, କଂଗ୍ରେସ ଏବଂ ଓୱେସୀଙ୍କ ଦଳର

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଶେଷ ହୋଇଛି । ଜନତା ଜନାର୍ଦ୍ଦନ ନିଜ ନିର୍ଣ୍ଣୟ ଶୁଣାଇଛନ୍ତି । ରାଜ୍ୟରେ ବିଜେପି ୨୩୫ ସିଟ୍ ଅକ୍ତିଆର କରି ପୁଣି ଥରେ ସତ୍ତାକୁ ଫେରିଛି । ନିର୍ବାଚନ ଫଳାଫଳ ଆସିବା ପରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।

ଏମିତି ଏକ ନୂଆ ରୋଚକ ତଥ୍ୟ ମୁସଲିମ ପ୍ରାର୍ଥୀଙ୍କୁ ନେଇ ସାମ୍ନାକୁ ଆସିଛି  । ୨୦୧୭ ବିଧାନସଭା ନିର୍ବାଚନରେ ସମୁଦାୟ ୨୫ ମୁସଲିମ ପ୍ରାର୍ଥୀ ଜିତି ବିଧାନସଭା ପହଞ୍ଚିଥିଲେ ଏବଂ ଏଥର ୩୪ ମୁସଲିମ ପ୍ରାର୍ଥୀ ଜିତି ବିଧାନସଭା ପହଞ୍ଚିଛନ୍ତି । ଅର୍ଥାତ୍ ଏଥର ମୁସଲିମ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ିଛି । ତେବେ ଏଠାରେ ରୋଚକ କଥା ହେଉଛି ଏହି ସବୁ ପ୍ରାର୍ଥର୍ୀମାନେ ବିଜେପି କିମ୍ବା ସମାଜବାଦିୀ ପାର୍ଟୀ ଟିକେଟରେ ଜିତିଛନ୍ତି । ବସପା, କଂଗ୍ରେସ, କିମ୍ବା ଅସଦୁଦ୍ଦୀନ ଓୱେସୀଙ୍କ ଏଆଇଏମଆଇଏମ ର ୨୨୩ ରୁ ଅଧିକ ମୁସଲମାନ ଆଶାୟୀ ଜିତିପାରିନାହାଁନ୍ତି । ଏମାନେ ସମସ୍ତଙ୍କୁ ହାରବାକୁ ପଡ଼ିଛି ।

ବସପା ୮୮ ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ ଦେଇଥିଲା, ଏଥିରୁ କେହିବି ଜିତିନାହଁନ୍ତି । କଂଗ୍ର୍ରେସ ଏଥର ୭୫ ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ ଦେଇଥିଲା । ସେହିପରି ହ୍ରାଇଦ୍ରାବାଦରୁ ସାଂସଦ ହୋଇଥିବା ଅସଦୁଦ୍ଦୀନ ଓୱେସୀଙ୍କ ପାର୍ଟୀ ଏଆଇଏମଆଇଏମ ମଧ୍ୟ ୬୦ ରୁ ଅଧିକ ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ ଦେଇଥିଲା । ଆଉ ଏଆଇଏମଆଇଏମ ର ସବୁ ପ୍ରାର୍ଥୀ ଧୂଳି ଚାଟିଛନ୍ତି ।