fbpx

ଆତଙ୍କବାଦୀଙ୍କ ବର୍ବରତା, ଛୁଟିରେ ଯାଇଥିବା ସିଆରପିଏଫ ଯବାନଙ୍କ ଗୁଳିମାରି କଲେ ହତ୍ୟା

ଜମ୍ମୁ-କଶ୍ମୀର ସୋପିଆନରେ ଆତଙ୍କବାଦୀମାନେ ଜଣେ ସିଆରପିଏଫ୍ ଯବାନଙ୍କୁ ଗୁଳିମାରି ହତ୍ୟା କରିଛନ୍ତି । ଯବାନ ଜଣକ ଛୁଟିରେ ଥିବା ସମୟରେ ତାଙ୍କୁ ଗୁଳିମାରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଯବାନଙ୍କୁ ହସ୍ପିଟାଲ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଯବାନଙ୍କ ନାମ ମୁଖତାର ଅହମ୍ମଦ ଡୋଇ ବୋଲି ଜଣାପଡ଼ିଛି ।

ଗତ କିଛି ଦିନ ଧରି କାଶ୍ମୀରରୁ ଏଭଳି ଖବର ସାମ୍ନାକୁ ଆସୁଛି ଯେତେବେଳେ ଆତଙ୍କବାଦୀମାନେ ଏମିତି ଅନେକ ଆକ୍ରମଣ କରୁଛନ୍ତି ତଥା ଗୁଳିମାଣ୍ଡ କରୁଛନ୍ତି ଯେଉଁଥିରେ ଯବାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ଟାର୍ଗେଟ କରାଯାଉଛି । ଗତକାଲି କୁଲଗାମରେ ଜଣେ ସରପଞ୍ଚଙ୍କୁ ହତ୍ୟା କରିଥିଲେ । ଏହା ପୂର୍ବରୁ ପଞ୍ଚାୟତର ଅନେକ ସଦସ୍ୟଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ ।

Get real time updates directly on you device, subscribe now.