fbpx

ଋଷ-ୟୁକ୍ରେନ ଯୁଦ୍ଧ: ଜେରୁଜେଲମରେ ଭେଟିବାକୁ ପୁଟିନଙ୍କୁ ଜେଲେନସ୍କିଙ୍କ ପ୍ରସ୍ତାବ

ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଭେଟିବାକୁ ପ୍ରସ୍ତାବ ଦେଲେ ୟୁକ୍ରେନ ରାଷ୍ଟ୍ରପତି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କୀ ଜେରୁଜେଲମଠାରେ ଭେଟିବାକୁ ପୁଟିନଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହା ସହ ସେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନେଟ୍ଟଙ୍କୁ ମଧ୍ୟ ଏହି ମାମଲାରେ ମଧ୍ୟସ୍ଥତା କରିବାକୁ କହିଛନ୍ତି । ସେପଟେ ଯୁଦ୍ଧ ବିରତି ପାଇଁ ଫ୍ରାନ୍ସ ଓ ଜର୍ମାନୀ ଆହ୍ୱାନ କରିଛନ୍ତି ।

ସୂଚନାଯୋଗ୍ୟ, ୟୁକ୍ରେନ ଉପରେ ଲଗାତାର ୧୭ ଦିନ ଧରି ଆକ୍ରମଣ ଜାରି ରଖିଛି ଋଷ । ଏହି ଯୁଦ୍ଧର ବିଭୀଷିକା ବଢ଼ିବାରେ ଲାଗିଛି । ଲକ୍ଷ ଲକ୍ଷ ୟୁକ୍ରେନ ନାଗରିକ ୟୁକ୍ରେନ ଛାଡ଼ି ପଡ଼ୋଶୀ ଦେଶରେ ଶରଣ ନେଉଛନ୍ତି । ଯୁଦ୍ଧ ରୋକିବାକୁ ଅନେକ ସ୍ତରରେ ପ୍ରୟାସ ହେଉଥିଲେ ମଧ୍ୟ ତାହା ସଫଳ ହୋଇପାରିନାହିଁ ।

Get real time updates directly on you device, subscribe now.