fbpx

ପକେଟମାର୍ ଅଭିଯୋଗରେ ଗିରଫ ହେଲେ ଏହି ଅଭିନେତ୍ରୀ: ଅନୁରାଗଙ୍କ ଉପରେ ଲଗାଇଥିଲେ ଯୌନ ଉତ୍ପୀଡ଼ନ…

ନୂଆଦିଲ୍ଲୀ: ବଙ୍ଗାଳୀ ଫିଲ୍ମ ଜଗତର ଜଣାଶୁଣା ଅଭିନେତ୍ରୀ ରୂପା ଦତ୍ତାଙ୍କୁ ନେଇ ସାମ୍ନାକୁ ଆସିଛି ବଡ଼ ଖବର । ରିପୋର୍ଟ ଅନୁସାରେ, ରୂପା ଦତ୍ତାଙ୍କୁ ପକେଟମାର୍ ଅଭିଯୋଗରେ ଗିରଫ କରାଯାଇଛି । ଏହି ଘଟଣା କୋଲକାତା ଆନ୍ତର୍ଜାତୀକ ପୁସ୍ତକ ମେଳା ସମୟରେ ଘଟିଥିଲା । ବିଧାନ ନଗର ଉତ୍ତର ପୋଲିସ ଷ୍ଟେସନର ସୂଚନା ଅନୁସାରେ, ଶନିବାର ଦିନ ଜଣେ ମହିଳାଙ୍କୁ ଏକ ଡଷ୍ଟବିନରେ ବ୍ୟାଗ ଫିଙ୍ଗିଥିବାର ଦେଖିବା ପରେ ପୋଲିସ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ପଚରାଉଚରା ପରେ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା ।

ସନ୍ଦେହ ହେବାରୁ ଉକ୍ତ ମହିଳାଙ୍କୁ ପଚରାଉଚରା ଆରମ୍ଭ କରିଥିଲା । ଏହା ସହିତ ବ୍ୟାଗର ତଦନ୍ତ ହୋଇଥିଲା, ଯେଉଁଥିରେ ପୋଲିସକୁ ଅନେକ ଟଙ୍କା ବ୍ୟାଗ ମିଳିଥିଲା । ସୂତ୍ର ଅନୁସାରେ, ଅଭିନେତ୍ରୀଙ୍କ ନିକଟରୁ ୭୫ ହଜାର ଟଙ୍କା ଜବତ କରିଛି ପୋଲିସ । ପୋଲିସ ଅନୁସାରେ, ରୂପା ଦତ୍ତା ସେହି ଅଭିନେତ୍ରୀ, ଯେ କି କିଛି ବର୍ଷ ପୂର୍ବରୁ ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଥିଲେ । ପଚରାଉଚରା ପରେ ଅଭିନେତ୍ରୀ ଜଣକ ପକେଟମାର କରିଥିବା ସ୍ୱୀକାର କରିଛନ୍ତି । ମହିଳା କହିଛନ୍ତି ଯେ, ସେ ଅଲଗା ଅଲଗା ମେଳା, ଇଭେଣ୍ଡ ଓ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯାଇ ଲୋକଙ୍କ ପର୍ସ କରୁଥିଲେ । କିନ୍ତୁ ଆନ୍ତର୍ଜାତୀକ ପୁସ୍ତକ ମେଳାରେ ମହିଳାଙ୍କର ଏହି ଚାଲାକପଣ କାମ କରିନଥିଲା ଓ ପୋଲିସ ତାଙ୍କୁ ଧରିବାରେ ସଫଳ ହୋଇଥିଲା ।

ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ, ଜଣେ ଅଭିନେତ୍ରୀ କିପରି ଲୋକଙ୍କ ପକେଟମାର୍ କରିପାରିବେ । ରୂପା ଦତ୍ତା ଜଣେ ଲୋକପ୍ରିୟ ଅଭିନେତ୍ରୀ, ଯିଏ ଅନେକ ସିରିଏଲ୍ ଏବଂ ଫିଲ୍ମରେ ଅଭିନୟ କରିଛନ୍ତି । ସେ ପ୍ରାୟତଃ ବଡ଼ ବଡ଼ ଇଭେଣ୍ଟରେ ଭାଗ ନିଅନ୍ତି । ଅଭିନେତ୍ରୀଙ୍କ ଠାରୁ ଏକ ଡାଏରୀ ମଧ୍ୟ ମିଳିଛି, ଯେଉଁଥିରେ ଏପର୍ଯ୍ୟନ୍ତ ସମସ୍ତ ଟଙ୍କାର ହିସାବ ନୋଟ୍ କରାଯାଇଛି । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ସେ କାହିଁକି ଏସବୁ କରୁଥିଲେ, ତାହା ଖୁବ୍ ଶୀଘ୍ର ଜଣା ପଡିଯିବ ।

Get real time updates directly on you device, subscribe now.