fbpx

ଏହି ରାଜ୍ୟରେ ବନ୍ଦ ହୋଇପାରେ ମାଗଣା ରାସନ ଯୋଜନା:୧୫ କୋଟି ଲୋକଙ୍କୁ ଲାଗିବ ଝଟକା

ନୂଆଦିଲ୍ଲୀ: ମାଗଣା ରାସନ ଯୋଜନା ସମ୍ବନ୍ଧରେ ୟୁପିର ୧୫ କୋଟି ଲୋକଙ୍କୁ ଲାଗିପାରେ ବଡ଼ ଝଟକା । କରୋନା ଅବଧି ସମୟରେ ଆରମ୍ଭ ହୋଇଥିବା ମାଗଣା ରାସନ ଯୋଜନା ସେଠାରେ ବର୍ତ୍ତମାନ ବନ୍ଦ ହୋଇପାରେ । ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯୋଜନାକୁ ଆଗକୁ ବଢ଼ିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ ।

ଏଭଳି ପରିସ୍ଥିତିରେ କୁହାଯାଉଛି ଯେ, ଏହି ଯୋଜନାକୁ ଆଗକୁ ବଢ଼ାଇବା ପାଇଁ ଯଦି କୌଣସି ଆଦେଶ ଆସେ ନାହିଁ, ତେବେ ଏହି ଯୋଜନା ବନ୍ଦ ହେବ । ତେବେ ଉତ୍ତରପ୍ରଦେଶର ଯୋଗୀ ସରକାର ମାଗଣା ରାସନ ଯୋଜନାକୁ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।

ଏହା ପରେ ଏହି ଯୋଜନା ଆଗକୁ ବଢ଼ିବ କି ନାହିଁ, ଏହା କେବଳ ନୂଆ ସରକାର ଗଠନ ପରେ ଜଣା ପଡିବ । କିନ୍ତୁ ମାଗଣା ରାସନ ପାଉଥିବା ଲୋକମାନେ ଏବେ ଏହାକୁ ନେଇ ଚିନ୍ତାରେ ଅଛନ୍ତି । ଯଦି ମାର୍ଚ୍ଚ ପରେ ଏହି ଯୋଜନା କଟିଯାଏ, ତେବେ ୧୫ କୋଟି ଲୋକଙ୍କୁ ରାସନ କିଣିବାକୁ ପଡିବ ।

Get real time updates directly on you device, subscribe now.