ନୂଆଦିଲ୍ଲୀ: ଗତ ୧୯ ଦିନରୁ ୟୁକ୍ରେନ ଉପରେ ଯୁଦ୍ଧ ଜାରି ରଖିଛି ଋଷ ସେନା । ଅନେକ ସୈନ୍ୟଙ୍କ ସହ ସାଧାରଣ ଳୋମାନେ ମଧ୍ୟ ଏହି ଯୁଦ୍ଧରେ ନିଜ ପ୍ରାଣ ବଳି ଦେଇ ସାରିଲେଣି । କିନ୍ତୁ ଯୁଦ୍ଧ ସମୟରେ ନିଜ ସୈନିକମାନଙ୍କ ମନୋବଳ ଭାଙ୍ଗିବା ପାଇଁ ଦେଉ ନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଏହାରି ମଧ୍ୟରେ ସେ ଅଚାନକ ହସପିଟାଲରେ ପହଞ୍ଚିଛନ୍ତି । କିଭ ଅଞ୍ଚଳର ଏକ ସୈନ୍ୟ ହସ୍ପିଟାଲରେ ପହଞ୍ଚି ଆହତ ସୈନ୍ୟମାନଙ୍କ ସହ ଦେଖା କରିବା ସହ ସେମାନଙ୍କ ମନୋବଳ ବଢାଇଛନ୍ତି । ଏହାର ଫଟୋ ଏବେ ସୋଶଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Президент України Володимир Зеленський відвідав у госпіталі поранених захисників України ??
? «Хлопці, швидше одужуйте. Вірю: найкращим подарунком до вашої виписки буде наша спільна перемога!» – зазначив @ZelenskyyUa pic.twitter.com/lHYZJHWvp8
— Defence of Ukraine (@DefenceU) March 13, 2022
ଯୁଦ୍ଧରେ ସହିଦ ହୋଇତିବା ଯବାନମାନଙ୍କୁ ସମ୍ମାନିତ ପଦକରେ କରିବା ସହ ୟୁକ୍ରେନର ହିରୋ ଭାବରେ ସେମାନଙ୍କୁ ଘୋଷଣା କରିଛନ୍ତି ରାଷ୍ଟ୍ରପତି । ୟୁକ୍ରେନର ରାଷ୍ଟ୍ରପତି ସେନା ବିଭାଗର ଲେଫ୍ଟନାଣ୍ଟ କର୍ଣ୍ଣଲ ହାଟସୁଲ ଭୋଲୋଡିମିର ଓଲେକ୍ସଣ୍ଡ୍ରୋଭିଚଙ୍କୁ ମଧ୍ୟ ଏହି ପଦକ ଦ୍ୱାରା ସମ୍ମାନିତ କରିଛନ୍ତି । ଋଷ ସେନାର ୨୫ ୟୁନିଟ ନଷ୍ଟ କରିବା ସହ ୩୦୦ ଯବାନାଙ୍କୁ ମୃତ୍ୟୁମୁଖରେ ପହଞ୍ଚାଇଥିଲେ ୟୁକ୍ରେନର ଏହି ବୀର ଯୋଦ୍ଧା । କିନ୍ତୁ ଦେଶ ପାଇଁ ଲଢିବା ସମୟରେ ନିଜର ପ୍ରାଣବଳି ଦେଇଥିଲେ । ତେଣୁ ତାଙ୍କର ଏହି ବିରାଟ ତ୍ୟାଗକୁ ସମ୍ମାନ ଜଣାଇଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ହସ୍ପିଟାଲରେ ସୈନିକମାନଙ୍କ ସହ ଦେଖା କରିବାର କିଛି ଫଟୋ ଏବଂ ଭିଡିଓ ଶେୟର କରିଛନ୍ତି ୟୁକ୍ରେନର ରକ୍ଷା ମନ୍ତ୍ରାଳୟ ।