fbpx

କରୁଣାରତ୍ନେଙ୍କ ଶତକ ନିଷ୍ଫଳ: ଚିନ୍ନାସ୍ୱାମୀ ସହିତ ସିରିଜ୍ କ୍ଲିନ ସୁଇପ୍ କଲା ଭାରତ

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଇଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ ଜିତି ନେଇଛି ଭାରତ । ପ୍ରଥମ ଟେଷ୍ଟକୁ ଇନିଂସ ଓ ୧୬୬ରନରେ ଜିତି ନେଇଥିବା ଭାରତ ଦ୍ୱିତୀୟ ତଥା ଦିବାରାତ୍ର ଟେଷ୍ଟ ମ୍ୟାଚକୁ ୨୩୮ ରନରେ ଜିତିନେବା ସହିତ ଭାରତ ସିରିଜ୍ କବଜା କରିଛି । ୪୪୭ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ଶ୍ରୀଲଙ୍କା ମାତ୍ର ୨୦୮ ରନରେ ଅଲଆଉଟ ହୋଇଯାଇଥିଲା । ଦିମୁଥ କରୁଣାରତ୍ନେ ସର୍ବାଧିକ ୧୦୭ ରନ କରିଥିଲେ ହେଁ ଏହା ଯଥେଷ୍ଟ ନଥିଲା । ଅନ୍ୟ ମାନଙ୍କ ମଧ୍ୟରେ କୁଶାଲ ମେଣ୍ଡିସ୍ ୫୪ ରନର ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ଆର ଅଶ୍ୱିନ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଜସପ୍ରୀତ ବୁମରା ୩ଟି ୱିକେଟ ନେଇଥିଲେ । ଅକ୍ଷର ପଟେଲ ୨ଟି ଏବଂ ଜାଡେଜା ଗୋଟିଏ ୱିକେଟ ନେଇଥିଲେ ।

ଭାରତ ପ୍ରଥମେ ବ୍ୟାଟିଂ କରି ଶ୍ରେୟସ ଆୟରଙ୍କ ୯୧ ରନ ସହାୟତାରେ ୨୫୨ ରନ କରିଥିବା ବେଳେ ଶ୍ରୀଲଙ୍କାକୁ ମାତ୍ର ୧୦୮ ରନରେ ସୀମିତ ରଖିଥିଲା । ଦ୍ୱିତୀୟ ଇନିଂସରେ ଭାରତ ୩୦୩/୯ରେ ପାଳି ଘୋଷଣା କରିଥିଲା । ଶ୍ରେୟସ ଆୟର ସର୍ବାଧିକ ୬୭ ରନ କରିଥିବା ବେଳେ ପନ୍ତ ୫୦ ରନ କରିଥିଲେ ।

Get real time updates directly on you device, subscribe now.