fbpx

ପୌର ନିର୍ବାଚନ: ବାଲେଶ୍ୱରରେ ବିଜେଡିକୁ ୱାକଓଭର, ସିଏମସିରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରକୁ ନେଇ ଥାନାରେ ମାମଲା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନର ଉଷ୍ମତା ଶେଷ ହୋଇଥିବା ବେଳେ ଧୀରେ ଧୀରେ ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି । ପୌର ନିର୍ବାଚନ ପାଇଁ ସମସ୍ତ ଦଳ ବେଶ ଧୂଆଁଧାର ଢଙ୍ଗରେ ପ୍ରଚାର କରୁଥିବା ବେଳେ କଟକ ପୌର ନିଗମରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି । ସିଏମସିର ୩୯ ନମ୍ବର ୱାର୍ଡର କର୍ପୋରେଟର ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି । ୩୯ ନମ୍ବର ୱାର୍ଡର ଲୋକନାଥ ଲେଙ୍କାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇଥିଲା । ଲୋକନାଥ ପ୍ର୍ରଥମରୁ ବିଜେଡି ଟିକେଟ ପାଇଥିଲେ ମାତ୍ର ତାହା ପ୍ରତ୍ୟାହୃତ ହେବା ପରେ ସେ ସ୍ୱାଧୀନ ଭାବରେ ନାମାଙ୍କନ ଦାଖଲ କରିଥିଲେ । ଏହି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇଥିବା ବେଳେ ଲୋକନାଥ ଏହା କରିନଥିବା କହିଛନ୍ତି । ସିସିଟିଭି ଯାଞ୍ଚ ଏବଂ ଦସ୍ତଖତ ମେଳ ପରେ ବାସ୍ତବ ସତ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଇଛି ।

ଅନ୍ୟ ପକ୍ଷରେ ବାଲେଶ୍ୱରରେ ନିର୍ବାଚନ ପୂର୍ବରୁ ବିଜୟୀ ହୋଇଛନ୍ତି ଜଣେ ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିବା ପରେ ବିଜେଡି ପ୍ରାର୍ଥୀଙ୍କୁ ମିଳିଛି ୱାକଓଭର । ବାଲେଶ୍ୱର ପୌର ପରିଷଦର ୩୧ ନଂୱାର୍ଡରେ ବିଜେପି ପ୍ରାର୍ଥୀ ଓହରି ଯିବାରୁ ବିଜେଡିର ରଞ୍ଜିତା ମହାପାତ୍ର ବିଜୟୀ ହୋଇଛନ୍ତି ।

Get real time updates directly on you device, subscribe now.