fbpx

ଖରାଦିନରେ ବସ୍ ଯାତ୍ରୀଙ୍କ ପାଇଁ କଟକଣା ଜାରି କଲା ପରିବହନ ବିଭାଗ: ଏହି ସବୁ ନିୟମ ମାନିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆରମ୍ଭ ହୋଇଛି ଗ୍ରୀଷ୍ମ ଲହର । ଗତ କିଛି ଦିନ ହେବ ଅନୁଭୂତ ହେଉଛି ଗ୍ରୀଷ୍ମପ୍ରବାହ । ଫଳରେ ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ଜାରି ହୋଇଛି ଗାଇଡ୍ ଲାଇନ୍ । ଗାଇଡ ଲାଇନ୍ ଅନୁଯାୟୀ ପୂର୍ବାହ୍ନ ୧୧ ଟାରୁ ଅପରାହ୍ନ ୩ ଟା ଯାଏଁ ବସ୍ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ବସରେ ସ୍ୱଚ୍ଛ ପାନୀୟ ଜଳ, ବରଫ ଓ ଓଆରଏସ ମହଜୁଦ ରଖିବାକୁ ନିର୍ଦ୍ଦେଶ । ବସ୍ ରହଣି ସ୍ଥଳରେ ଜଳଛତ୍ର ବ୍ୟବସ୍ଥା କରିବା, ବସରେ ଅଧିକ ସଂଖ୍ୟକ ଯାତ୍ରୀ ନନେବାକୁ ପରାମର୍ଶ ଦିଆଯାଇଛି ।

ସେପଟେ ରାଜ୍ୟରେ ଗତ ୨୪ ଘଣ୍ଟାରେ ଟିଟିଲାଗଡ଼ରେ ଦିନରେ ସବୋର୍ଚ୍ଚ ତାପମାତ୍ରା ୩୮ଂ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ୩୭ଂ  ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୩୬.୬ଂ  ଏବଂ କଟକରେ ୩୫.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ମାର୍ଚ୍ଚ ୧୬ ଓ ୧୭ ତାରିଖରେ ଅସମ୍ଭାଳ ତାତି ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି କାରଣରୁ ରାଜ୍ୟରେ ୟେଲୋ ୱାର୍ଣ୍ଣିଂ ଏହି ଦୁଇଦିନ ପାଇଁ ଜାରି କରାଯାଇଛି । ଏହି ସମୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ଘଟିବାର ସମ୍ଭାବନା ରହିଛି । ପଶ୍ଚିମ- ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ବହୁଥିବାରୁ ଏହାର ପ୍ରଭାବରେ ତାତି ବଢିବ ବୋଲି କୁହାଯାଇଛି । ଏ ନେଇ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ମଧ୍ୟ ଦିଆଯାଇଛି ।

Get real time updates directly on you device, subscribe now.