ହେବ କି ସମସ୍ୟାର ସମାଧାନ?: ଋଷ-ୟୁକ୍ରେନ ମହା ଲଢେଇରେ ମଧ୍ୟସ୍ଥି କରିବ ଇସ୍ରାଏଲ, ବଢୁଛି ଆଶା

ନୂଆଦିଲ୍ଳୀ: ଋଷ-ୟୁକ୍ରେନ ଯୁଦ୍ଧ ମଝିରେ ହସ୍ତକ୍ଷେପ କରିବାକୁ ଯାଉଛି ଇସ୍ରାଏଲ । ଏ ନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରତି ଜେକ୍ନସ୍କି ପ୍ରଶାସନର ପ୍ରମୁଖ ଏଣ୍ଡ୍ରି ୟରମକ । ଇସ୍ରାଏଲର ଏହି ମଧ୍ୟସ୍ଥତାରେ କିଛି ସୁଫଳ ମିଳିବ ବୋଲି ଆଶା ରହିଛି । ଉଭୟ ଦେଶ ମଧ୍ୟରେ ଲାଗି ରହିଥିବା କଳହ ଏବଂ ତିକ୍ତତାରେ ବିରାମ ଲାଗିପାରେ ବୋଲି ମଧ୍ୟ କୁହାଯାଉଛି । ଏହା ପୂର୍ବରୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନଫତାଲୀ ବେନେଟ ଉଭୟ ଦେଶ ମଧ୍ୟରେ ସଂଘର୍ଷରେ ମଧ୍ୟସ୍ଥି କରିବା ପାଇଁ ପ୍ରକାଶ କରିଥିଲେ ।

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ପ୍ରତ୍ୟେକ ଘଟରା ଉପରେ ପ୍ରସ୍ତୁତ ରହିଛନ୍ତି । ପ୍ରଥମ ସମସ୍ତ ଆଲୋଚନାରେ ସ୍ଥିତି ସୁଧୁରି ନଥିଲା । ତେବେ ଏହି ଆଲୋଚନାରେ ଋଷର ସକରାତ୍ମକ ରୂପ ଦେଖିବାକୁ ମିଳିପାରେ ବୋଲି ଆଶା ରହିଛି । ଯୁଦ୍ଧ ସଙ୍କଟ କମ କରିବା ପାଇଁ ଆଲୋଚନା ଜାରି ରଖିବା ଆବଶ୍ୟକ ବୋଲି କହିଛି ଇସ୍ରାଏଲ । ଏଥିପାଇଁ ଗତ ୫ ତାରିଖରେ ଋଷ ପହଞ୍ଚିଥିଲେ ଇସ୍ରାଏଲର ପ୍ରଧାନମନ୍ତ୍ରୀ । ଯୁଦ୍ଧକୁ ନେଇ ଇସ୍ରାଏଲ ଏବଂ ଋଷ ମଧ୍ୟରେ ଅଢେଇ ଘଣ୍ଟାରୁ ଅଧିକ ସମୟ ପାଇଁ ହୋଇଥିଲା ଆଲୋଚନା । ତେବେ ତିନି ଥର ଆଲୋଚନା ବିଫଳ ହେବା ପରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନାକୁ ନେଇ ଆଶାବାଦୀ ଅଛି ଇସ୍ରାଏଲ ।