‘ରାଜେଶକୁ ଛାଡ଼ ନ ହେଲେ ଉଠିବୁନି’: ଲକ୍ଷ୍ମୀ ସାଗର ଥାନା ଆଗରେ ଧାରଣାରେ ବିଜେପି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଟକ ରଖିଥିବା ଯୁବକଙ୍କୁ ଛାଡ଼ିବା ଦାବିରେ ଥାନା ସମ୍ମୁଖରେ ବିଜେପିର ଧାରଣା । କର୍ପୋରେଟର ପ୍ରାର୍ôଥନୀଙ୍କ ଦିଅରଙ୍କୁ ପୋଲିସର ଅଟକ ପ୍ରତିବାଦରେ ଲକ୍ଷ୍ମୀସାଗର ଥାନା ଆଗରେ ଧାରଣା ଦେଇଛନ୍ତି ବିଜେପି ନେତା ଏବଂ କର୍ମୀ । ଆକ୍ରମଣକାରୀଙ୍କୁ ଗିରଫ ନକରି ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରି ଧାରଣାରେ ବସିଛନ୍ତି ବିଜେପି କର୍ମୀ । ଏହା ସହ ଅଟକ ରାଜେଶ ଜେନାଙ୍କୁ ନଛାଡ଼ିବା ଯାଏଁ ଧାରଣା ଜାରି ରଖିବାକୁ ଦେଇଛନ୍ତି ଧମକ ।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ନିର୍ବାଚନ ପୋଷ୍ଟର ଚିରାକୁ ନେଇ ବିଜେଡି ବିଜେପି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟ ପକ୍ଷରୁ ୬ ଜଣ ଆହତ ହୋଇଥିଲେ । ଆଉ ରାଜଧାନୀରେ ଏହି ପ୍ରାକ୍ ନିର୍ବାଚନୀ ହିଂସା ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଥିଲା ।