fbpx

ଅମରିନ୍ଦରଙ୍କ ଭୁଲକୁ ନଜର ଅନ୍ଦାଜ କରିବା ମୋର ସବୁଠୁ ବଡ ଭୁଲ୍: CWC ମିଟରେ ବିଷ ଓଗାଳିଲେ ସୋନିଆ

AAKASH

ନୂଆଦିଲ୍ଳୀ: ନିକଟରେ ୫ଟି ରାଜ୍ୟରେ ଶେଷ ହୋଇଛି ବିଧାନସଭା ନିର୍ବାଚନ । ପାଞ୍ଚଟି ରାଜ୍ୟରେ କଂଗ୍ରେସର ଅବସ୍ଥା ଅତ୍ୟନ୍ତ ଦୟନୀୟ ରହିଥିଲା । ଏପରିକି ପଞ୍ଜାବ ଯେଉଁଠି କଂଗ୍ରେସ କ୍ଷମତାସୀନ ଥିଲା ସେଠାରେ ଦଳ ଅତ୍ୟନ୍ତ ନୈରାଶ୍ୟ ଜନକ ପ୍ରଦର୍ଶନ କରିଥିଲା । ଏହି ପରାଜୟ ସମୀକ୍ଷା ପାଇଁ ଅନୁଷ୍ଠିତ ସିଡବ୍ଲ୍ୟୁସି ବୈଠକରେ ସୋନିଆ ଗାନ୍ଧୀ ଅମରିନ୍ଦର ସିଂଙ୍କ ଉପରେ ବର୍ଷିଛନ୍ତି । ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ରହିଥିବା ଅମରିନ୍ଦର ଇସ୍ତଫା ପ୍ରଦାନ କରିବା ସହିତ ନୂତନ ଦଳ ଗଠନ କରି ବିଜେପି ସହିତ ମେଣ୍ଟ କରିଥିଲେ । ଯଦିଓ ଏଥିରୁ ଅମରିନ୍ଦର ବା ବିଜେପି କାହାକୁ ଫାଇଦା ମିଳିନଥିଲା ତେବେ ଏହା କଂଗ୍ରେସକୁ ପରୋକ୍ଷରେ କ୍ଷତି ପହଞ୍ଚାଇଥିଲା । କଂଗ୍ରେସ ମାତ୍ର ୧୭ଟି ଆସନ ହାସଲ କରିଥିବା ବେଳେ୧୧୭ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ୯୨ ଆସନ ଅକ୍ତିଆର କରିଥିଲା ଆପ୍ ।

ଦଳର ଶୋଚନୀୟ ପରାଜୟ ପରେ ଗାନ୍ଧୀ ପରିବାର ହାତରୁ କଂଗ୍ରେସର କମାଣ ଖସିବ ବୋଲି ଆଲୋଚନା ମଧ୍ୟ ହୋଇଥିଲା । ତେବେ ସିଡବ୍ଲ୍ୟୁସି ବୈଠକରେ ଏହାକୁ କଂଗ୍ରେସ ପକ୍ଷରୁ ଖଣ୍ଡନ କରାଯାଇଥିଲା । ସୋନିଆ ପୂର୍ବପରି ଅନ୍ତରୀଣ ସଭାପତି ଭାବରେ ରହିଥିଲେ । ତେବେ ଅମରିନ୍ଦରଙ୍କୁ ପାଳିବା ସାପକୁ ପାଳିବା ସଙ୍ଗେ ସମାନ ବୋଲି କହିଥିଲେ ସୋନିଆ । ଅମରିନ୍ଦରଙ୍କ ନାମରେ ଅଭିଯୋଗ ଆସୁଥିଲେ ହେଁ ଏହାକୁ ଅଣଦେଖା କରିବା ତାଙ୍କର ସବୁଠାରୁ ବଡ ଭୁଲ ଥିଲା । ଅମରିନ୍ଦରଙ୍କୁ ଆଗରୁ କାହିଁକି ବାହାର କରାଯାଇନଥିଲା ବୋଲ ଜନୈକ କର୍ମୀଙ୍କ ପ୍ରଶ୍ନର ଉତ୍ତରରେ ସୋନିଆ ଏଭଳି କହିଥିଲେ । ସେପ୍ଟେମ୍ବର ୨୦୨୧ରେ ଅମରିନ୍ଦରଙ୍କୁ କଢାଯିବା ସହିତ ଚରଣଜିତ୍ ସିଂ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରାଯାଇଥିଲା । ନଭେମ୍ବରରେ ନିଜ ଦଳ ଗଠନ କରିବା ସହିତ ବିଜେପି ସହିତ ମିଶି ନିର୍ବାଚନ ଗଢିବାକୁ ଘୋଷଣା କରିଥିଲେ କ୍ୟାପଟେନ୍ ଅମରିନ୍ଦର ସିଂ ।

Get real time updates directly on you device, subscribe now.