fbpx

ଡେଲ ଷ୍ଟେନଙ୍କ ରେକର୍ଡ ଅତିକ୍ରମ କଲେ ଅଶ୍ୱିନ, ଟେଷ୍ଟ କ୍ରିକେଟ୍‌ରେ ନେଲେ ସର୍ବାଧିକ ୱିକେଟ

ବେଙ୍ଗାଲୁର: ଭାରତୀୟ କ୍ରିକେଟ ଦଳର ଅଫ ସ୍ପିନର ରବିନ୍ଦ୍ର ଜାଡେଜା ଚଳିତ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ କପିଳ ଦେବଙ୍କ ୪୩୪ ଟେଷ୍ଟ ୱିକେଟ ହାସଲ ରେକର୍ଡ ଅତିକ୍ରମ କରିଥିବା ବେଳେ ଏହା ସହିତ ଦକ୍ଷିଣ ଆଫ୍ରିକାର ପୂର୍ବତନ ଫାଷ୍ଟ ବୋଲର ଡେଲେ ଷ୍ଟେନଙ୍କର ୪୩୯ ୱିକେଟ ହାସଲ ରେକର୍ଡକୁ ସୋମବାର ଦିନ ଭାଙ୍ଗିଛନ୍ତି ।

ଏଠାରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ଦିବାରାତ୍ର ଟେଷ୍ଟରେ ୬ ୱିକେଟ ଆସଲ କରି ନିଜର ଟେଷ୍ଟ ୱିକେଟ ସଂଖ୍ୟା ୪୪୦ରେ ପହଞ୍ଚାଇଛନ୍ତି । ଅଶ୍ୱିନ ଭାରତର ସର୍ବାଧିକ ଟେଷ୍ଟ ୱିକେଟ ହାସଲ କାରୀ ହୋଇଥିବା ବେଳେ ଟେଷ୍ଟ ଜଗତର ଅଷ୍ଟମ ବୋଲର । ଶ୍ରୀଲଙ୍କାର ଅବସର ପ୍ରାପ୍ତ ସ୍ପିନର ମୁ୍‌ଥିଆ ମୁରଲୀଥରନ ୮୦୦, ଶେନ ୱର୍ଣ୍ଣ ୭୦୮,ଜେମ୍ସ ଆଣ୍ଡରସନ ୬୪୦, ଅନିଲ କୁମ୍ବଲେ ୬୧୯, ଷ୍ଟୁଆର୍ଟ ବ୍ରଡଙ୍କ ୫୩୭ ଟେଷ୍ଟ ୱିକେଟ ରେକର୍ଡ ସମକକ୍ଷ ହେବା ପାଇଁ ଅଶ୍ୱିନଙ୍କୁ ଆହୁରି ଅନେକ ଦୂର ଅତିକ୍ରମ କରିବାକୁ ପଡିବ ।

Get real time updates directly on you device, subscribe now.