fbpx

RRB Group D 2022 ପରୀକ୍ଷା ତାରିଖ : ଜାଣନ୍ତୁ କେବେ ହେବ ପରୀକ୍ଷା

ଆରଆରବି ଗ୍ରୁପ୍ ଡି ନିଯୁକ୍ତି ପରୀକ୍ଷା ପାଇଁ ଆପେକ୍ଷା କରୁଥିବା ଆଶାୟୀଙ୍କ ପାଇଁ ବଡ଼ ଖବର । ଆରଆରବି ଗ୍ରୁପ୍ ଡି ନିଯୁକ୍ତି ପାଇଁ ପରୀକ୍ଷା ଜୁଲାଇ ୨୦୨୨ ରେ ହେବ । ପର୍ଯ୍ୟାୟ କ୍ରମେ ଏହାର ଆୟୋଜନ ହେବ । ପରୀକ୍ଷା ଅନଲାଇନ ଅର୍ଥାତ୍ ସିବିଟି ମୋଡରେ ହେବ । ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଅଫିସିଆଲ ରିଜନାଲ ୱେବସାଇଟରେ ଉପଲବ୍ଧ ହେବ । ଆରଆରବି ଗ୍ରୁପ୍ ଡି ପରୀକ୍ଷା ଦ୍ୱାରା ଗ୍ରୁପ୍ ଡି କାଟାେଗେରୀରେ ୧୦୩୭୬୯ ଖାଲି ପଦବୀ ପୂରଣ ହେବ । ଏଥିପାଇଁ ୧.୧୫ କୋଟିରୁ ଅଧିକ ଆଶାୟୀ ଆବେଦନ କରିଛନ୍ତି । ଇ-କଲ ଲେଟର ବା ଆଡମିଟ କାର୍ଡ ପରୀକ୍ଷାର  ୪ଦିନ ପୂର୍ବରୁ ଜାରି କରାଯିବ ।

ଆରଆରବି ଗ୍ରୁପ୍ ଡି ନିଯୁକ୍ତିରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଏବଂ ଶାରୀରିକ ଦକ୍ଷତା ପରୀକ୍ଷା ଅର୍ଥାତ୍ ପିଇଟି, ଡକ୍ୟୁମେଣ୍ଟ୍ ଭେରିଫିକେସନ୍ ଏବଂ ମେଡିକାଲ୍ ପରୀକ୍ଷା ହେବ । ପୂର୍ବରୁ ଦୁଇଟି ପର୍ୟ୍ୟାୟ ପରୀକ୍ଷା ପରେ ଗ୍ରୁପ୍ ଡି ନିଯୁକ୍ତି କରାଯାଉଥିଲା  । କିନ୍ତୁ ବର୍ତ୍ତମାନ ଏହି ନିଷ୍ପତ୍ତି ସଂଶୋଧିତ ହୋଇଛି  । ଆରଆରବି ଗ୍ରୁପ୍ ଡି ନିଯୁକ୍ତି ସିବିଟି ୯୦ ମିନିଟ୍ ହେବ  । ଏଥିରେ ୧୦୦ ଟି ପ୍ରଶ୍ନ ପଚରାଯିବ  ।

ସାଧାରଣ  ବିଜ୍ଞାନ- ୨୦ ପ୍ରଶ୍ନ

ଗଣିତ- ୩୦ ପ୍ରଶ୍ନ

ଜେନେରାଲ ଇଣ୍ଟେଲିଜେନ୍ସ ଏବଂ ରିଜନିଙ୍ଗ୍- ୩୦ ପ୍ରଶ୍ନ

ଜେନେରାଲ ଆୱେରନେସ ଏବଂ କରେଣ୍ଟ ଆଫେୟର୍ସ- ୨୦

ମୋଟ ପ୍ରଶ୍ନ- ୧୦୦

ମାର୍କ – ପ୍ରତ୍ୟେକ ପ୍ରଶ୍ନ ଏକ ମାର୍କ ବିଶିଷ୍ଟ ରହିବ

ପରୀକ୍ଷା ସମୟ – ୧:୩୦ ଘଣ୍ଟା  ।

ଭୁଲ ଉତ୍ତର ପାଇଁ ନେଗେଟିଭ୍ ମାର୍କିଂ- ୧/୩ ଅନୁଯାୟୀ ମାର୍କ କଟାଯିବ ।

ପରୀକ୍ଷାରେ ପ୍ରଶ୍ନଗୁଡ଼ିକ ଅବଜେକ୍ଟିଭ୍ ଟାଇପ୍ ହେବ  ।

Get real time updates directly on you device, subscribe now.