ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ସାଇବର ଠକେଇ ମାମଲା ବଢ଼ିବାରେ ଲାଗିଛି । ଅନେକ ଲୋକ ସାଇବର ଠକେଇର ଶିକାର ହେଉଛନ୍ତି । ବିଭିନ୍ନ ଉପାୟରେ ସାଇବର ଲୁଟେରା ଲୁଟ୍ କରୁଛନ୍ତି ନରୀହି ଲୋକଙ୍କ ଝାଳବୁହା ଧନ । କେତେବେଳେ ଲୋଭନୀୟ ଅଫର ବାହାନା କରି ତ’ କେତେବେଳେ ଫୋନ ଭେରିଫିକେସନ କରିବା କହି, କେତେବେଳେ ଅଜଣା ଲିଙ୍କ ପଠାଇ ଆଖି ପିଛୁଳାକେ ଲୁଟି ନେଉଛନ୍ତି ଟଙ୍କା ।
ତେବେ ଏହିଭଳି ସାଇବର ଠକେଇରୁ ବଞ୍ଚିବା ପାଇଁ ପୋଲିସ ତରଫରୁ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି । ବିଭିନ୍ନ ଉପାୟରେ ହେଉଥିବା ସାଇବର ଠକେଇ କିପରି ରକ୍ଷା ପାଇବେ ସେନେଇ ସତର୍କ କରାଯାଉଛଇ ।
ଏହାରି ମଧ୍ୟରେ ସାଇବର ସୁରକ୍ଷା ନେଇ ସତର୍କ କରିଛି ଓଡ଼ିଶା ପୋଲିସ୍ । କୌଣସି ୟୁଆରଏଲ ଖୋଲିଲା ବେଳେ http ଥିଲେ ନଖୋଲିବାକୁ ପରାମର୍ଶ ଦିଆଯାଇଛି ଏବଂ https ଲେଖାଥିଲେ ସାଇଟ୍ ବ୍ୟବହାର କରିପାରିବେ । ଛୋଟ ସାବଧାନତା ବଡ଼ ଠକେଇରୁ ରକ୍ଷା କରିବ ବୋଲି ପୋଲିସ୍ କରଫରୁ କୁହାଯାଇଛି ।
ଆପଣ ଯେବେ କୌଣସି ଅନଲାଇନ ସାଇଟ ଖୋଲୁଛନ୍ତି, URL ରେ http ଥିଲେ ଜାଣନ୍ତୁ ଯେ ଏହା ସୁରକ୍ଷିତ ସାଇଟ୍ ନୁହେଁ ତେଣୁ https ଲେଖାଥିଲେ ହିଁ ସାଇଟ ବ୍ୟବହାର କରନ୍ତୁ । ଏଇ ଛୋଟ ସାବଧାନତା ଆପଣଙ୍କୁ ଏକ ବଡ ସାଇବର ଠକେଇରୁ ରକ୍ଷା କରିପାରେ । #cybersecurity #cyberawareness pic.twitter.com/qTDDMJ4Bcq
— Odisha Police (@odisha_police) March 15, 2022