fbpx

ପାର୍ଟନର ସହ ରଖିବାକୁ ଚାହୁଁଛନ୍ତି ଭଲ ସମ୍ପର୍କ?: ଭୁଲରେ ତାଙ୍କ ସାମନାରେ କରନ୍ତୁ ନାହିଁ ଏହିସବୁ କାମ

ଅଧିକାଂଶ ସମୟରେ ଆମେ ଅନେକ ଲୋକଙ୍କର ଖୁବ ନିକଟତର ହୋଇଥାଉ । ମନର ସବୁ ଛୋଟ-ବଡ କଥା ତାଙ୍କୁ ଜଣାଇବାରେ କେବେ ବି ହେଳା କରି ନଥାଉ । କାରଣ ଜୀବନସାଥୀର ଅର୍ଥ ହେଉଛି ସେହିପରି । ଏମାନଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ସେମିତି ଥାଏ । ଯାହାକୁ କିଛି ନ ଭାବି ନ ଚନ୍ତା କରି ଜୀବନର ସବୁ କଥା ଶେୟର କରିବାକୁ ପସନ୍ଦ କରିଥାନ୍ତି ଆମେ । କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କର ଏହି ଅଭ୍ୟାସ ଅନେକ ସମୟରେ ପାର୍ଟନରଙ୍କ ରାଗର କାରଣ ପାଲଟିଥାଏ ।

ପ୍ରକୃତରେ ଜୀବନସାଥୀଙ୍କୁ ମନର କଥା ଜଣାଇବା ଭୁଲ ନୁହେଁ । କିନ୍ତୁ ଅନେକ ସମୟରେ ମଜା ମଜାରେ କହି ଦେଇଥିବା କେଇ ପଦ କଥା ଜୀବନସାଥୀକୁ କଷ୍ଟ ଦେଇପାରେ । କିନ୍ତୁ ଏହି ସମୟରେ ଯଦି ପାର୍ଟନରଙ୍କୁ କିଛି ବି କଥା ଚିନ୍ତା ନ କରି କହିବାର ଅଭ୍ୟାସ ଆପଣଙ୍କର ଥାଏ, ତେବେ ଏହା ଆପଣଙ୍କ ସମ୍ପର୍କକୁ ଦୁର୍ବଳ କରିବାର ଏକ ପ୍ରମୁଖ କାରଣ ହୋଇପାରେ । ତେବେ ଆସନ୍ତୁ ଜାଣିବା ପାର୍ଯନରଙ୍କ ସାମନାରେ କେଉଁ ଅଭ୍ୟାସଗୁଡିକୁ ବଦଳାଇବା ଆବଶ୍ୟକ ।

ପୁରୁଣା ସାଥୀଙ୍କ ସହ ତୁଳନା କରିବା ବନ୍ଦ କରନ୍ତୁ:

କିଛି ପ୍ରେମୀ ଯୁଗଳ ପରସ୍ପରର ଏତେ ନିକଟତର ହୋଇଥାନ୍ତି ଯେ ନିଜର ପୂର୍ବ ପ୍ରେମ ସମ୍ପର୍କ ବିୟେରେ ମଧ୍ୟ କହିବାକୁ ପଛାନ୍ତି ନାହିଁ । କିନ୍ତୁ ଏହି ସମୟରେ ଯଦି ଆପଣ ମଜାଥଟ୍ଟାରେ ବି ପୁରୁଣା ପ୍ରେମୀଙ୍କ ଜୀବନସାତୀଙ୍କ ସହ ତୁଳନା କରନ୍ତି, ତେବେ ତାହା ଆପଣଙ୍କ ପାଇଁ ଅସୁବିଦା କରି ପାରେ । ତେଣୁ ଭୁଲରେ ବି ପାର୍ଟନରଙ୍କ ତୁଳନା ନୁରୁଣା ପ୍ରେମ ସହ କରନ୍ତୁ ନାହିଁ । ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କ ମଧୁର ସମ୍ପର୍କ ଭାଙ୍ଗି ଦେଇପାରେ ।

ସୁନ୍ଦର ଦେଖାଯିବା ପାଇଁ ଚାପ ପକାନ୍ତୁ ନାହିଁ:

ଗୁଡ ଲୁକିଙ୍ଗ ଦେଖାଯିବା ପାଇଁ କିମ୍ବା ସ୍ମାର୍ଟ ଦେଖାଯିବା ପାଇଁ ପାର୍ଯନରଙ୍କ ଉପରେ ଚାପ ପକାନ୍ତୁ ନାହିଁ । ଅଧିକାଂଶ ସମୟରେ ନିଜ ପାର୍ଟନରଙ୍କ ଉପରେ ଏ ନେଇ ଚାପ ପକାଇବା କିମ୍ବା କମେଣ୍ଟ କରିବାରୁ ଅନେକ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ଏହାଦ୍ୱାରା ଭଲ ପାଇବା କମିବା ସହିତ ସମ୍ପର୍କରେ ଦୂରତା ଆସିଥାଏ ।

କୌଣସି କଥାକୁ ଅଣଦେଖା କରନ୍ତୁ ନାହିଁ:

ପାର୍ଟନର ଆପଣଙ୍କୁ କିଛି କହୁଥିବା ସମୟରେ ଭୁଲରେ ବି ତାଙ୍କ କଥାକୁ ଅଣଦେଖା କରନ୍ତୁ ନାହିଁ । ତାଙ୍କ କଥା ଯେତିକି ଗୁରୁତ୍ୱ ଥାଉ ନା କାହିଁକି, ସେହି କଥାକୁ ଅଣାଦେଖା କରିବା ଆପଣଙ୍କର ସବୁଠୁ ବଡ ଭୁଲ ହୋଇପାରେ । ତାଙ୍କ କଥାକୁ ଚୁପ ହୋଇ ଶୁଣିଲେ ଏବଂ ହଁ ରେ ହଁ ଭରିଲେ ଉଭୟଙ୍କ ମଧ୍ୟରେ ପ୍ରେମ ବଢେ । ପାର୍ଟନରଙ୍କ ମନରେ ଆପଣଙ୍କ ପ୍ରତି ସୃଷ୍ଟି ହୁଏ ଭଲ ପାଇବା ।

Get real time updates directly on you device, subscribe now.