fbpx

ଓଡ଼ିଶା ପୋଲିସର ସାଇବର ସୁରକ୍ଷା ବାର୍ତ୍ତା: https ଲେଖାଥିଲେ ସାଇଟ୍ ଖୋଲିବାକୁ ପରାମର୍ଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ସାଇବର ଠକେଇ ମାମଲା ବଢ଼ିବାରେ ଲାଗିଛି । ଅନେକ ଲୋକ ସାଇବର ଠକେଇର ଶିକାର ହେଉଛନ୍ତି । ବିଭିନ୍ନ ଉପାୟରେ ସାଇବର ଲୁଟେରା ଲୁଟ୍ କରୁଛନ୍ତି ନରୀହି ଲୋକଙ୍କ ଝାଳବୁହା ଧନ । କେତେବେଳେ ଲୋଭନୀୟ ଅଫର ବାହାନା କରି ତ’ କେତେବେଳେ ଫୋନ ଭେରିଫିକେସନ କରିବା କହି, କେତେବେଳେ ଅଜଣା ଲିଙ୍କ ପଠାଇ ଆଖି ପିଛୁଳାକେ ଲୁଟି ନେଉଛନ୍ତି ଟଙ୍କା ।

ତେବେ ଏହିଭଳି ସାଇବର ଠକେଇରୁ ବଞ୍ଚିବା ପାଇଁ ପୋଲିସ ତରଫରୁ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି । ବିଭିନ୍ନ ଉପାୟରେ ହେଉଥିବା ସାଇବର ଠକେଇ କିପରି ରକ୍ଷା ପାଇବେ ସେନେଇ ସତର୍କ କରାଯାଉଛଇ ।

ଏହାରି ମଧ୍ୟରେ ସାଇବର ସୁରକ୍ଷା ନେଇ ସତର୍କ କରିଛି ଓଡ଼ିଶା ପୋଲିସ୍ । କୌଣସି ୟୁଆରଏଲ ଖୋଲିଲା ବେଳେ http ଥିଲେ ନଖୋଲିବାକୁ ପରାମର୍ଶ ଦିଆଯାଇଛି ଏବଂ https ଲେଖାଥିଲେ ସାଇଟ୍ ବ୍ୟବହାର କରିପାରିବେ । ଛୋଟ ସାବଧାନତା ବଡ଼ ଠକେଇରୁ ରକ୍ଷା କରିବ ବୋଲି ପୋଲିସ୍ କରଫରୁ କୁହାଯାଇଛି ।

Get real time updates directly on you device, subscribe now.