fbpx

ପୌର ନିର୍ବାଚନ ପାଇଁ ୫ ଦିନ ବନ୍ଦ ରହିବ ମଦ ଦୋକାନ, ସବୁ ଜିଲ୍ଲାପାଳମାନଙ୍କୁ ଅବକାରୀ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଜାରି ରହିଛି ପୌର ନିର୍ବାଚନ ପ୍ରଚାର । ଆସନ୍ତା ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ହେବାକୁ ଥିବାବେଳେ, ଗତ କାଲି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆସିବା ପରେ ପ୍ରଚାର ଜୋର ଧରିଛି ।

ସେପଟେ ପୌର ନିର୍ବାଚନ ପାଇଁ ୫ ଦିନ ମଦ ଦୋକାନ ବନ୍ଦ ରହିବା ନେଇ ମଙ୍ଗଳବାର ଘୋଷଣା କରାଯାଇଛି । ରାଜ୍ୟର ସମସ୍ତ ପୌରାଞ୍ଚଳ ଓ ମହାନଗର ନିଗମ ଅଞ୍ଚଳରେ ବନ୍ଦ ରହିବ ମଦ ବ୍ରିକ୍ରି । ମାର୍ଚ୍ଚ ୨୨ ରୁ ୨୬ ତାରିଖ ଯାଏଁ ଡ୍ରାଏ ଡେ ଘୋଷଣା କରାଯାଇଛି । ଏହି ସମୟରେ ସବୁ ମଦ ଦୋକାନ, ବାର୍ ବନ୍ଦ ରହିବ । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ନିର୍ଦ୍ଦେଶ ଦେଇଛି ଅବାକାରୀ ବିଭାଗ ।

Get real time updates directly on you device, subscribe now.